ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଆଇଏସ୍ ଚେସ୍ ସେଣ୍ଟର ଆନୁକୂଲ୍ୟରେ ମଧୁପାଟଣାସ୍ଥିତ ପ୍ରମିଳା ମଣ୍ଡପଠାରେ ଚାଲିଥିବା ତୃତୀୟ ପ୍ୟାରୀମୋହନ ସାମନ୍ତରାୟ ସ୍ମାରକୀ ରାଜ୍ୟ ସ୍କୁଲ ଚେସ୍ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଏଥିରେ କଟକର ମୃତ୍ୟୁଞ୍ଜୟ ମଣ୍ଡଳ ୭ ପଏଣ୍ଟ ସହ ବିଜେତା ହୋଇଛନ୍ତି। ତାଙ୍କ ପଛକୁ ସତ୍ୟମ ନାୟକ ୬.୫  ପଏଣ୍ଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ । ପ୍ରତ୍ୟାଷା ଜେନା, ସିଦ୍ଧାର୍ଥ ଭୂୟାଁ, ଓମ୍ ପ୍ରକାଶ ଗଡ଼ନାୟକ, ଅଞ୍ଜଳି ମିଶ୍ର, ପିୟୂଷ କୁମାର ସାହୁ, ଓମ୍ ଆଦିତ୍ୟ ରାଉତ ୬ ପଏଣ୍ଟ ଲେଖାଏଁ ପାଇଛନ୍ତି। ଏମାନଙ୍କ ବ୍ୟତୀତ ବିଶ୍ୱପ୍ରୀତ ରାଏ ଓ ଆୟୁଷ ଅଭିଷେକ ଦାସ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି।

ବିଭିନ୍ନ ବୟସ ବର୍ଗ ମଧ୍ୟରୁ ୫ ବର୍ଷରୁ କମ୍ ବାଳିକାରେ ଶ୍ରେୟାଂଶୀ ନାୟକ, ବାଳକରେ ସାଇ ସତ୍ୱିକ ଦାସ, ୬ ବର୍ଷରୁ କମ୍ ବାଳିକାରେ ଆସିୟା ଆଲମ୍, ବାଳକରେ ପ୍ରତୀକ କୁମାର ରାଉତ, ୭ ବର୍ଷରୁ କମ୍ ବାଳିକାରେ ଐଶର୍ଯ୍ୟା ସାହୁ, ବାଳକରେ ସ୍ୱସ୍ତିକ ଶୁଭମ୍ ପଟ୍ଟନାୟକ, ୮ ବର୍ଷରୁ କମ୍ ବାଳିକାରେ ଶାନ୍ତନୁ କୁମାର ଦାଶ, ୭ ବର୍ଷରୁ କମ୍ ବାଳିକାରେ ପ୍ରଜ୍ଞାଶ୍ରୀ ଦେହୁରୀ, ବାଳକରେ ଆଦିତ୍ୟ ନାରାୟଣ ମହାନ୍ତି, ୧୦ ବର୍ଷରୁ କମ୍ ବାଳିକାରେ ଅଙ୍କିତା ସାହୁ, ବାଳକରେ ତୁଷାର ଦାସ, ୧୧ ବର୍ଷରୁ କମ୍ ବାଳିକାରେ ସିମି ସିକୃତି, ବାଳକରେ ପିୟୂଷ କୁମାର ସ୍ୱାଇଁ, ୧୨ ବର୍ଷରୁ କମ୍ ବାଳିକାରେ ରିତୁସ୍ମିତା ବିଶ୍ୱାଳ, ବାଳକରେ କୁମାର କୌଶିକ, ୧୩ ବର୍ଷରୁ କମ୍ ବାଳିକାରେ ଶ୍ୱେତାଲିନା ପଟ୍ଟନାୟକ, ବାଳକରେ ସୁରଜିତ ମହାନ୍ତି, ୧୨ ବର୍ଷରୁ କମ୍ ବାଳକରେ ଅଭିଷେକ କର ବିଜେତା ହୋଇଛନ୍ତି।

ସେଣ୍ଟର ନିର୍ଦ୍ଦଶେକ ମାନସ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ସୁଦ୍ଧା କିରଣ, ଅଶୋକ କୁମାର ଗିରି, ଚନ୍ଦ୍ରଶେଖର ଚିନୁ, ଇନ୍ଦ୍ରମଣି ପାଣି ଅତିଥି ଭାବେ ଯୋଗେ ଦେଇ ପୁରସ୍କାର ବିତରଣ କରିଥିଲେ । ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କୁ ସାଇକେଲ୍ ସହ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରତିଯୋଗୀତାକୁ ଆନ୍ତର୍ଜାତିକ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ଓ ସନ୍ତୋଷ ମହାପାତ୍ର ପରିଚାଳନା କରିଥିବାବେଳେ ସୁବ୍ରତ ସାମନ୍ତରାୟ, ସାହେବ ଅଖତର, ଶଙ୍କର ରାଓ, ସୁମିତ ବାନାର୍ଜୀ, ପ୍ରଭାସ ମହାନ୍ତି, ବିରଜା ଦାସ, ଭେଙ୍କଟ ରାଓ, ରାଜେଶ ମହାରଣା ପ୍ରମୁଖ ଏହି ପ୍ରତିଯୋଗିତ ପରିଚାଳନାରେ ସହଯୋଗ କରିଥିଲେ ।

Comment