ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ମଙ୍ଗଳବାର ୨୦ ଦିନ ପୂରିଛି। ହେଲେ ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନି। ଏଣୁ ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ମହିଳା ମୋର୍ଚ୍ଚା  ସବୁ ଜିଲ୍ଲାପାଳଙ୍କ ଅଫିସ ଘେରିଥିଲା।

ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ, ଯାଜପୁର ଏସ୍‌ପି ଚରଣ ସିଂହ ମୀନାଙ୍କ ବହିଷ୍କାର, ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ ବହିଷ୍କାର ଆଦି ୩ ଦଫା ଦାବି ନେଇ ବିଜେପି ସବୁ ଜିଲ୍ଲପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ ଅଫିସ୍‌ ଆଗରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଭୁବନେଶ୍ୱରଠାରେ ରାଜ୍ୟ ସଂପାଦିକା ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, କଟକଠାରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବାଲେଶ୍ୱରଠାରେ ଶୋଭନା ମହାନ୍ତି, ନୟାଗଡଠାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ବ୍ରହ୍ମପୁରଠାରେ ଅନୀତା ଶୁଭଦର୍ଶିନୀ ଓ ପିଙ୍କି ପ୍ରଧାନ, ଅନୁଗୁଳଠାରେ ସଂଘମିତ୍ରା ପ୍ରଧାନ, ବଲାଙ୍ଗୀରଠାରେ ସଂଗୀତା ସିଂହଦେଓ, ଖୋର୍ଦ୍ଧାରେ ରଶ୍ମୀମୟୀ ପଟ୍ଟନାୟକ ଓ ରାଜଲକ୍ଷ୍ମୀ ଉପାଧ୍ୟାୟ, ପୁରୀରେ ଜ୍ୟୋତି ମହାପାତ୍ର, ଯାଜପୁରରେ ବବିତା ମଲ୍ଲିକ, ଭଦ୍ରକରେ ମନସ୍ମିତା ଖୁଣ୍ଟିଆଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Comment