ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ଏସ୍‌ସିବିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି।

ବୁଧବାର ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନେଇ ସମୀକ୍ଷା ବୈଠକ ବସିଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁସାରେ କଟକର ଏସ୍‌ସିବି ମେଡିକାଲକୁ ଏମ୍ସ ପ୍ଲସ ଅନୁଷ୍ଠାନ ଭାବେ ଗଢ଼ାଯିବ। ଏହାସହ ଏସ୍‌ସିବିରେ ୩ ହଜାର ଶଯ୍ୟା ବିଶିଷ୍ଟ ଏକ ସମନ୍ୱିତ ହସ୍ପିଟାଲ ନିର୍ମାଣ କରାଯିବ। ଏହି ହସ୍ପିଟାଲରେ ରୋଗୀମାନଙ୍କ ପାଇଁ  ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ। ଏହି ସମସ୍ତ ଯୋଜନା ପାଇଁ ମୋଟ୍ ୧ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି।

ଏଣିକି ରାଜ୍ୟର କୌଣସି ଲୋକ ଚିକିତ୍ସାପାଇଁ ବାହାରକୁ ଯିବେ ନାହିଁ। ଏପରିକି ଓଡ଼ିଶା ବାହାରୁ ମଧ୍ୟ ଡାକ୍ତରମାନେ ଏସ୍‌ସିବି ଆସି ଚିକିତ୍ସା କରିବେ ବୋଲି ଏହି ବୈଠକରେ ଆଲୋଚନା ହୋଇଥିଲା।

ବୁଧବାର ସକାଳେ 5-T ସଚିବ ଭି.କାର୍ତ୍ତିକେୟାନ୍ ପାଣ୍ଡିଆନ୍ ଏସ୍‌ସିବି ମେଡିକାଲ ପରିଦର୍ଶନରେ ଆସିଥିଲେ। ସେଠାରେ ସେ ମେଡିକାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ।

Comment