ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି ୨୫ତମ ଅନ୍ତଃ ଜିଲ୍ଲା ଓ ରାଜ୍ୟ ଟେବୁଲ ଟେନିସ୍ ଚାମ୍ପିୟନସିପ୍। ଚାରିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଚାମ୍ପିୟାନସିପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୫୫ ବାଳକ ଓ ପୁରୁଷ ଏବଂ ୫୫ ଜଣ ବାଳିକା ଓ ମହିଳା ଖେଳାଳି ଅଂଶଗ୍ରହଣ କରିଛନ୍ତି।

ଚାମ୍ପିୟନସିପରେ କ୍ୟାଡେଟ୍‌, ଜୁନିୟର ଓ ସିନିୟର ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ଚଳିତବର୍ଷର ଶେଷ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ଏହା ଖେଳାଳିଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଅଛି।

ଏଥିରେ ଯେଉଁ ଖେଳାଳିମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବେ ସେମାନେ ବିଭିନ୍ନ ବୟସବର୍ଗରେ ଜାତୀୟ ଟେବୁଲ ଟେନିସ ଚାମ୍ପିୟନସିପରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ବୋଲି ରାଜ୍ୟ ଟେବୁଲ ଟେନିସ ସଂଘର ସଂପାଦକ ରବୀନ୍ଦ୍ର ପରିଡ଼ା କହିଛନ୍ତି।

Comment