ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ବାଂଲାଦେଶ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ଵିତୀୟ ମ୍ୟାଚରେ ଭାରତ ୮ ଓ୍ଵିକେଟରେ ବିଜୟୀ ହୋଇଛି। ଏହି ମ୍ୟାଚ ଜିତି ପ୍ରଥମ ଟି-୨୦ ମ୍ୟାଚର ପ୍ରତିଶୋଧ ନେଇଛି ଭାରତ। ଏହାସହ ବର୍ତ୍ତମାନ ସିରିଜ ୧-୧ରେ ବରାବର ହୋଇଛି।

ରୋହିତ ଶର୍ମା ତାଙ୍କର ୧୦୦ତମ ଟି-୨୦ ମ୍ୟାଚରେ ସୁପର ଶୋ’ ଦେଖାଇଛନ୍ତି। ଏହି ମ୍ୟାଚରେ ସେ ଧୁଆଁଧାର ବ୍ୟାଟିଂ କରି ଭାରତକୁ ବିଜୟୀ କରାଇଛନ୍ତି।

ଭାରତ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସି ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ ହରାଇ ୧୫୬ ରନ କରିଥିଲା। ଦଳ ପକ୍ଷରୁ ମହମ୍ମଦ ନଇମ ୩୬, ସୌମ୍ୟ ସରକାର ୩୦ ମହମ୍ମଦଉହ୍ଲା ୩୦ ଓ ଲିଟନ ଦାସ ୨୯ ରନ କରିଥିଲେ। ସେହିପରି ଭାରତ ପକ୍ଷରୁ ଯୁଜବେନ୍ଦ୍ର ଚହଲ ସର୍ବାଧିକ ୨ ଓ୍ଵିକେଟ ନେଇଛନ୍ତି।

୧୫୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ମାତ୍ର ୧୫ ଓଭର ୪ଟି ବଲ ଖେଳି ମ୍ୟାଚ ଜିତି ନେଇଥିଲା। ଦଳ ପକ୍ଷରୁ ଦୁଇ ଓପନର ଚମତ୍କାର ବ୍ୟାଟିଂ କରିଥିଲେ। ରୋହିତ ଶର୍ମା ୨୩ ବଲରେ ୮୫ ରନ କରିଥିବା ବେଳେ ଶିଖବ ଧଓ୍ଵନ ୨୭ ବଲରେ ୩୧ ରନ କରିଥିଲେ। ସେହିପରି ଶ୍ରେୟାସ ଆୟର ୧୩ ବଲରେ ୨୪ ରନ କରି ଦଳକୁ ବିଜୟୀ କରାଇଥିଲେ।

Comment