ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଦେଶୀ ଖାଇବା ଯେତେ ବଜାରକୁ ଆସିଲେ ବି ଓଡ଼ିଶା ଖାଇବା ସ୍ୱତନ୍ତ୍ର। ଆଜିବି ଲୋକେ କେଉଁ ଏକ ଫାଇଭ୍‌ ଷ୍ଟାର ହୋଟେଲରେ ଖାଇଲେ ବି ଓଡ଼ିଶାର ବରା ଘୁଘୁନିକୁ ଭୁଲି ନାହାନ୍ତି। ଭୁବନେଶ୍ୱର ରବି ଭାଇନାଙ୍କ ବରା ଦୋକାନକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡ଼େ।

ଭୁବନେଶ୍ୱର ଛଅ ନମ୍ବର ଅଂଚଳରେ ବହୁତ ବର୍ଷ ହେଲା ଜଳଖିଆ ଦୋକାନ କରି ଲୋକଙ୍କୁ ଏମିତି ଖୁସ୍ କରି ଚାଲିଛନ୍ତି ରବି ଭାଇ। ତାଙ୍କ ବରାର ଷ୍ଟୋରି ଓଡ଼ିଶାଲାଇଭ୍ ମାଧ୍ୟମରେ ଯାଇ ଦେଶ ବିଦେଶ ଲୋକଙ୍କ ପାଖରେ ପହଞ୍ଚିଛି। ରବି ଭାଇନା ଓ ତାଙ୍କ ବରାର ଲୋକପ୍ରିୟତା ଏତେ ବଢ଼ିଛି ଯେ ଲୋକେ ଓଡ଼ିଶାଲାଇଭ୍‌କୁ ଫୋନ୍‌ କରି  ରବି ଭାଇନାଙ୍କ ଦୋକାନର ଠିକଣା ପଚାରି ବୁଝୁଛନ୍ତି।

ଓଡ଼ିଶାଲାଇଭ୍ ଟିମ୍ ଅଗଷ୍ଟ ୧୯ ତାରିଖରେ ରବି ଭାଇଙ୍କ ବରା ଉପରେ ଗୋଟିଏ ଭିଡିଓ ଷ୍ଟୋରି କରି ମିଡିଆର ୟୁ ଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିଥିଲା। ମାତ୍ର ୧୦ ଦିନ ଭିତରେ ସୁଦ୍ଧା ଏହା ୫ଲକ୍ଷରୁ ଅଧିକ ଭିଉ ହାସଲ କରିଥିଲା।

ସେହିପରି ନିକଟରେ ଓଡ଼ିଶାଲାଇଭ୍‌ ଟିମ୍‌ ଆଉ ଏକ ଭିଡିଓ ପୋଷ୍ଟ କରିଛି। ଏହି ଭିଡିଓ ଭୁବନେଶ୍ୱର ସିଆରପିଏଫ୍‌ ଛକ ରାମ ଭାଇଙ୍କ ଚା’କୁ ଲୋକଙ୍କ ନିକଟରେ ପହଞ୍ଚାଇଛି। ୮୦ ପ୍ରକାର ଚା’ ମିଳୁଥିବା ରାମ ଭାଇଙ୍କ ଚା’ ପିଇବାକୁ ଭୁବନେଶ୍ୱରର କୋଣ ଅନୁକୋଣରୁ ଗ୍ରାହକ ଆସୁଛନ୍ତି।

Comment