ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ଜଳଖିଆ ଦୋକାନୀ ରବି ଭାଇଙ୍କ ବରା ଉପରେ ଓଡ଼ିଶାଲାଇଭ୍ କରିଥିବା ଭିଡିଓ ୟୁଟ୍ୟୁବ୍‌ ଓ ଫେସ୍‌ବୁକ୍‌ରେ ହେଲା ଲୋକପ୍ରିୟ।

ଓଡ଼ିଶାର ଖାନା। ଥରେ ପାଟିରେ ଲାଗିଲେ ଛାଡ଼ିବନି! ଏମିତି ଏକ ଜିନିଷ ହେଉଛି ରବି ଭାଇଙ୍କ ବରା ଓ ଘୁଗୁନି। ଭୁବନେଶ୍ୱର ଛଅ ନମ୍ବର ଅଂଚଳରେ ବହୁତ ବର୍ଷ ହେଲା ଜଳଖିଆ ଦୋକାନ କରି ଲୋକଙ୍କୁ ଏମିତି ଖୁସ୍ କରି ଚାଲିଛନ୍ତି ରବି ଭାଇ। ଏବେ ତାଙ୍କ ବରାର ଷ୍ଟୋରି ଓଡ଼ିଶାଲାଇଭ୍ ମାଧ୍ୟମରେ ଯାଇ ଦେଶ ବିଦେଶ ଲୋକଙ୍କ ପାଖରେ ପହଞ୍ଚିଛି। ଖୁସିର କଥା ହେଉଛି ଯେ ପ୍ରଥମ ଦଶ ଦିନରେ ଏହି ଭିଡିଓ ୧୦ ଲକ୍ଷ ଭିଉ ଟପିଯାଇଛି।

ଓଡ଼ିଶାଲାଇଭ୍ ଟିମ୍ ଅଗଷ୍ଟ ୧୯ ତାରିଖରେ ରବି ଭାଇଙ୍କ ବରା ଉପରେ ଗୋଟିଏ ଭିଡିଓ ଷ୍ଟୋରି କରି ମିଡିଆର ୟୁ ଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରିଥିଲା। ମାତ୍ର ୧୦ ଦିନ ଭିତରେ, ଅର୍ଥାତ୍ ଅଗଷ୍ଟ ୨୯ ତାରିଖ ଅପରାହ୍ଣ ସୁଦ୍ଧା ଏହା ୫ଲକ୍ଷରୁ ଅଧିକ ଭିଉ ହାସଲ କରିଛି।

ସେହିପରି ଏହି ଭିଡିଓ ୧୦ ଦିନ ଭିତରେ ଓଡ଼ିଶାଲାଇଭ୍‌ର ଫେସ୍‌ବୁକ୍ ପେଜ୍‌ରେ ମଧ୍ୟ ୫ଲକ୍ଷ ୯ ହଜାରରୁ ଅଧିକ ଭିଉରେ ପହଂଚିପାରିଛି। ଅର୍ଥାତ୍ ୟୁଟ୍ୟୁବ୍‌ ଏବଂ ଫେସ୍‌ବୁକ୍ ମିଶାଇଲେ ଓଡ଼ିଶାଲାଇଭର୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଦୈନିକ ହାରାହାରି ୧ ଲକ୍ଷ ଭିଉ ପାଇଛି ଏହି ଭିଡିଓ। ଓଡ଼ିଶାର ଷ୍ଟ୍ରିଟ୍ ଫୁଡ୍ ବା ଚଟପଟା ଖାନା ଡିଜିଟାଲ୍ ମିଡିଆରେ କେତେ ଲୋକପ୍ରିୟ ଏହା ତା’ର ଏକ ନମୁନା ବୋଲି କୁହାଯାଇପାରେ।

୫୦ ହଜାର ଘଣ୍ଟାର ୱାଚ୍ ଟାଇମ୍

ରବି ଭାଇଙ୍କ ବରା ଖାଇବା ଲୋକଙ୍କୁ ଯେତିକି ଭିଡିଓ ଦେଖିବା ଲୋକଙ୍କୁ ମଧ୍ୟ ସେତିକି ଘାଇଲା କରିଛି। ଓଡ଼ିଶାଲାଇଭ୍‌ର ୟୁ ଟ୍ୟୁବ୍ ଏବଂ ଫେସ୍‌ବୁକ୍‌ରେ ପ୍ରଥମ ଦଶ ଦିନ ମଧ୍ୟରେ ଏହାର ମୋଟ ୱାଚ୍ ଟାଇମ୍ ୩୦ ଲକ୍ଷରୁ ଅଧିକ ହୋଇଛି। ଅର୍ଥାତ୍ ସମୁଦାୟ  ଦର୍ଶକ ଏହି ଭିଡିଓକୁ ମୋଟ ଯେତିକି ସମୟ ଦେଖିଛନ୍ତି ତାହା ହେଉଛି ୫୦ ହଜାର ଘଣ୍ଟା। ଅନ୍ୟପକ୍ଷରେ କହିଲେ ଦିନକୁ ପଡ଼ିଲା ୫୦୦ ଘଣ୍ଟା।

କେବଳ ସେତିକି ନୁହେଁ ଓଡ଼ିଶାଲାଇଭ୍‌ର ୟୁ ଟ୍ୟୁବ୍‌ ଚ୍ୟାନେଲ୍‌ରେ ଏହି ଭିଡିଓରେ ଆସିଛି ୬୦୦ରୁ ଅଧିକ କମେଣ୍ଟ। ଅଧିକାଂଶ କମେଣ୍ଟରେ ଦର୍ଶକମାନେ ରବି ଭାଇଙ୍କ ବରାକୁ ନେଇ ନିଜର ଅନୁଭୂତି କିମ୍ବା ରବି ଭାଇଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାର ଏଭଳି ଲୋକପ୍ରିୟ ଷ୍ଟ୍ରିଟ୍ ଫୁଡ୍‌ ଉପରେ ଭିଡିଓ ଷ୍ଟୋରି କରିଥିବାରୁ କେହି କେହି ଦର୍ଶକ ଓଡ଼ିଶାଲାଇଭକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ଓଡ଼ିଶାଲାଇଭ୍ ଫେସବୁକ୍ ପେଜରେ ପୋଷ୍ଟ ହୋଇଥିବା ଏହି ଭିଡିଓ ଉପରେ ଆସିଛି ୧୪ ହଜାରରୁ ଅଧିକ ଲାଇକ୍। ତା’ଛଡ଼ା ୨୯ ତାରିଖ ଅପରାହ୍ଣ ସୁଦ୍ଧା ୫୭୧ କମେଣ୍ଟ ମଧ୍ୟ ମିଳିଛି। ଅର୍ଥାତ୍ ଫେସ୍‌ବୁକ୍ ୟୁଜରମାନେ ଏହି ଭିଡିଓକୁ ନିର୍ଧୁମ ଦେଖିଛନ୍ତି ଏବଂ ଓଡ଼ିଶାଲାଇଭ୍ ପେଜ୍‌ରେ ନିଜର ମତାମତ ମଧ୍ୟ ଦେଇଛନ୍ତି।

ରବି ଭାଇ ଓରଫ୍ ରବୀନ୍ଦ୍ର ରାଉତ ମାତ୍ର ୧୩ ବର୍ଷ ବୟସରେ ରାଜଧାନୀ ଭୁବନେଶ୍ୱରକୁ ଆସିଥିଲେ। ପ୍ରଥମେ ବୁଲି ବୁଲି ବରା, ଆଳୁଚପ୍ ଓ ଘୁଗୁନି ବିକୁଥିଲେ। ଧୀରେ ଧୀରେ ନିଜେ ଜଳଖିଆ ଦୋକାନଟିଏ କରି ଗ୍ରାହକମାନଙ୍କ ମନ କିଣିବା ଆରମ୍ଭ କଲେ। ଏହି ୪୦ ବର୍ଷ ଭିତରେ ତାଙ୍କ ଦୋକାନ ଠାଆକୁ ଠାଆ ସ୍ଥାନାନ୍ତର ହୋଇଛି। ସରକାରୀ ଜାଗାରେ ଦୋକାନ କରି ଏପର୍ଯ୍ୟନ୍ତ ରବି ଭାଇ ତାଙ୍କ ପରିବାର ଚଳାଇ ଆସୁଛନ୍ତି।

ପଢ଼ନ୍ତୁ ରବି ଭାଇଙ୍କ ପୂରା କାହାଣୀ:-

ଆସ ଖାଇବା ରବି ଭାଇନାଙ୍କ ସୁଆଦିଆ ବରା

Comment