ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏକ ଅଭାବନୀୟ ଘଟଣା। ପ୍ରସୂତି କାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଦ୍ୱିତୀୟ ମହଲାରୁ ଡେଇଁ ପ୍ରସୂତି ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଉଛନ୍ତି ଡାବୁଗାଁ ବ୍ଲକର ଡଙ୍ଗରା ଗ୍ରାମର ଜେମା ଭତରା।

ଅକ୍ଟୋବର ୩୧ ତାରିଖରେ ଜେମା ଭତରାଙ୍କୁ ପ୍ରସବ ବେଦନା ହେବାରୁ ତାଙ୍କ ପରିବାର ଲୋକେ ନବରଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେହି ଦିନ ହିଁ ଅସ୍ତ୍ରାପଚାର ଦ୍ୱାରା ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ହେଲେ ବୁଧବାର ଜେମା ବାହାରକୁ ଯିବି କହି ଛୁଆକୁ ନେଇ ଦ୍ଵିତୀୟ ମହଲାରୁ ଡେଇଁବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଶାଶୁ ପଛରୁ ଆସି ଛୁଆକୁ ଟାଣି ଆଣିଥିଲେ। କିନ୍ତୁ ଜେମା ଭତରା ଦୁଇ ମହଲାରୁ ତଳେ ପଡ଼ିଯାଇଥିଲେ। ଜେମାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଅନ୍ୟପଟେ ଜେମା ଭତରାଙ୍କ ଲକ୍ଷଣ ପାଗଳାମି ଭଳି ଦେଖାଦେଉଥିବା ନେଇ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ସ୍ୱାଇଁ କହିଛନ୍ତି।

Comment