ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଜିଲ୍ଲା ଡାକ୍ତରଖାନାଠାରୁ ମାତ୍ର ୨୦  କିଲୋମିଟର ଦୂରରେ ରହିଛି କମାତା ଉପ ସ୍ୱାସ୍ଥ୍ୟ କେନ୍ଦ୍ର। ହେଲେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି କ।ମତା ଗ୍ରାମବାସୀ। କାରଣ ଗତ ୨ବର୍ଷ ହେବ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଛି ।

୨୦୦୨ ମସିହାରେ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପରଠାରୁ  ଗ୍ରାମବାସୀ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ଆସୁଥିଲେ। କିନ୍ତୁ ଗତ ଦୁଇ ବର୍ଷ ହେବ ସ୍ୱାସ୍ଥ୍ୟ କେନ୍ଦ୍ରକୁ କୌଣସି ଏଏନଏମ ଆସୁନଥିବା ସହ କେନ୍ଦ୍ର ଖୋଲା ଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ ହେବା ଯୋଗୁଁ ଛୋଟ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଜନିତ ରୋଗ ପାଇଁ  ରୋଗୀ  ଚିକିତ୍ସା ପାଇଁ ତେନ୍ତୁଳିଖୁଣ୍ଟି କିମ୍ବା ମୁଖ୍ୟ ଚିକିତ୍ସାଳୟ ନବରଙ୍ଗପୁର ଯାଇ ଖର୍ଚ୍ଚ।ନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଗ୍ରାମ ୧୩୦୦ ରୁ ଅଧିକ ଲୋକ ନିର୍ଭର କରୁଥିବା ବେଳେ ଆଖପାଖ ଗ୍ରାମ ତାରାଗୁଡା , କୃଷ୍ଣଗୁଡ଼ା ନିଲଗୁଣ୍ଡି , ଆମଲାଭଟ୍ଟା ଗ୍ରାମର ରୋଗୀ ମାନେ ମଧ୍ୟ ଚିକିତ୍ସା ପାଇଁ  ଏହି ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ଭର କରନ୍ତି।

କମତା ଗ୍ରାମରେ ବନ୍ଦ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ସହ ଏହି  ଅଞ୍ଚଳର ରୋଗୀ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Comment