ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି ଦେଖିବାକୁ ଗଲେ ପ୍ରାୟ ସମସ୍ତ ଲୋକ ମୋବାଇଲ ଫୋନ୍‌ର ବ୍ୟବହାର କରୁଛନ୍ତି। ହେଲେ ଫୋନ୍‌କୁ ସୁରକ୍ଷିତ ଭାବେ କେମିତି ବ୍ୟବହାର କରିବେ ତାହା ଜାଣି ନଥା’ନ୍ତି। ତେବେ, ଜାଣନ୍ତୁ ସୁରକ୍ଷିତ ଭାବେ କେମିତି କରିବେ ମୋବାଇଲର ବ୍ୟବହାର।

ପୁରୁଷମାନେ ନିଜ ପାଖରେ ଏକ ଛୋଟ ସ୍ଲିଙ୍ଗ ବ୍ୟାଗ୍ ରଖିବା ଏକ ଭଲ ବିକଳ୍ପ।

ମୋବାଇଲ ବ୍ୟବହାର ସମୟରେ ଏହାକୁ ମୁହଁ ଓ ମୁଣ୍ଡଠାରୁ ଦୂରରେ ରଖନ୍ତୁ । ଶରୀର ଓ ମୋବାଇଲ୍ ମଧ୍ୟରେ ଅତି କମରେ ଦୁଇ ଇଞ୍ଚ ଦୂରତା ରଖିବା ଉଚିତ। ଏହାଦ୍ୱାରା ବିକିରଣର କମ୍ ପ୍ରଭାବ ପଡ଼େ ।

ଟେକ୍ସ ମେସେଜ ପଠାଇବା ସମୟରେ ମୋବାଇଲରୁ କମ୍‌ ବିକିରଣ ବାହାରେ। ତେଣୁ ବାରମ୍ବାର ଫୋନ କରିବା ଅପେକ୍ଷା ମେସେଜ କରିବା ଭଲ।

ମୋବାଇଲ୍‌ର ସିଗ୍‌ନାଲ ଷ୍ଟ୍ରଙ୍ଗ ଥିବା ସମୟରେ ହିଁ କଥା ହୁଅନ୍ତୁ। କାରଣ ସିଗନାଲ ଦୁର୍ବଳ ଥିବାବେଳେ ନେଟୱର୍କ ପାଇଁ ମୋବାଇଲର ବିକିରଣ ଅଚାନକ ବହୁଗୁଣିତ ହୋଇଯାଏ ।

ବ୍ୟାଟେରି କମ ଥିଲେ ମଧ୍ୟ କଥାବାର୍ତ୍ତା କରିବା ଅନୁଚିତ। କାରଣ ଏହି ସମୟରେ ବିକିରଣର ମାତ୍ରା ଖୁବ୍ ଅଧିକ ବଢ଼ିଯାଏ ।

ମୋବାଇଲ ପାଇଁ ଆଣ୍ଟି ରାଡିଏସନ କଭର ବ୍ୟବହାର କରନ୍ତୁ ।

ରାତିରେ ଶୋଇବା ପୂର୍ବରୁ ମୋବାଇଲକୁ ଏରୋପ୍ଲେନ ମୋଡ୍‌ରେ ରଖନ୍ତୁ।

Comment