ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ଛିଣ୍ଡୁନି। ଏବେ ବି ବିଜେପି ଏବଂ ଶିବସେନା ଭିତରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହାରି ଭିତରେ ଦେବେନ୍ଦ୍ର ଫଡ୍‌ନାବିସ୍‌ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶିବସେନା ଉପରେ ସବୁ ଦୋଷ ଲଦିଛନ୍ତି। ଶିବସେନାର ଫିପ୍ଟି-ଫିପ୍ଟି ଫର୍ମୁଲାକୁ ମିଛ କହିଛନ୍ତି ଫଡ଼୍‌ନାବିସ୍‌।

‘‘ମୁଖ୍ୟମନ୍ତ୍ରୀ ପଦକୁ ନେଇ ଫିପ୍ଟି-ଫିପ୍ଟି ଫର୍ମୁଲା ଉପରେ କୌଣସି ଆଲୋଚନା ହୋଇନାହିଁ। ମୁଁ ଦଳର ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛି। ହେଲେ ଫିପ୍ଟି-ଫିପ୍ଟି ଫର୍ମୁଲା ଉପରେ ବିଜେପି-ଶିବସେନା ଭିତରେ ଆଲୋଚନା ହୋଇ ନଥିବା ସେମାନେ କହିଥିଲେ’’, କହିଛନ୍ତି ଦେବେନ୍ଦ୍ର ଫଡ୍‌ନାବିସ୍‌।

ଆସନ୍ତା ୯ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଫଡ୍‌ନାବିସ୍‌। ମହାରାଷ୍ଟ୍ରରେ ସରକାର ଗଠନ କରିବାରେ ଶିବସେନା ଅସହଯୋଗ କରୁଥିବା ଫଡ୍‌ନାବିସ୍‌ କହିଥିଲେ।

ଫଡ୍‌ନାବିସ୍‌ଙ୍କ ମନ୍ତବ୍ୟ ପରେ ଉଦ୍ଧବ ଠାକ୍‌ରେ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି ମିଛ କିଏ କହୁଛି ତାହା ସମସ୍ତେ ଜାଣିଛନ୍ତି। ଶିବସେନା ଉପରେ ମହାରାଷ୍ଟ୍ରବାସୀଙ୍କ ଭରସା ଅଛି। ଅମିତ ଶାହ ନିଜେ ମୁମ୍ବାଇ ଆସି ମୋ’ ସହ ଆଲୋଚନା କରିଥିଲେ। ଏବେ ବିଜେପି କଥା ବଦଳାଇବା

Comment