ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୁଟ୍‌ କରିବାକୁ ଆସି ଗୁଳିମାଡ଼ କରିବା ସହ ଏସିଡ ମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ମୟୂରଭଜ୍ଞ ଜିଲ୍ଲା ବୈଶିଙ୍ଗା ବଜାରରେ। ଏକ ଜୁଏଲାରୀ ଦୋକାନରୁ ଲୁଟ୍‌ ଉଦ୍ୟମ ବିଫଳ ହେବା ପରେ ଏପରି କାଣ୍ଡ କରିଛନ୍ତି ଦୁର୍ବୃତ୍ତ। ଲୁଟେରାମାନଙ୍କ ଆକ୍ରମଣରେ ଦୋକାନ ମାଲିକ ଧ୍ରୁବଚରଣ ମହାରଣା ଓ ତାଙ୍କର ପୁତ୍ର ରାମଚନ୍ଦ୍ର ମହାରଣା ଗୁରୁତର ଭାବେ ଆହତ ହୋଇଛନ୍ତି।

ବୈଶିଙ୍ଗା ଥାନାଠାରୁ କିଛି ଦୂରରେ ଥିବା ବିଶ୍ୱକର୍ମା ଜୁଏଲାରୀ ଦୋକାନରୁ ଲୁଟ ୬ଜଣ ଲୁଟେରା ଲୁଟ୍‌ ଉଦ୍ୟମ କରିଥିଲେ। ଏଥିରେ ବିଫଳ ହେବା ପରେ ସେମାନେ ଗୁଳିମାଡ଼ କରିଥିଲେ। ଏଥିରେ ଧ୍ରୁବଚରଣଙ୍କ ଜଙ୍ଘରେ ଗୁଳି ବାଜିଥିବା ବେଳେ ତାଙ୍କ ପୁଅ ରାମଚନ୍ଦ୍ର ଏସିଡ ମାଡ଼ରେ ଆହତ ହୋଇଛନ୍ତି।

ଘଟଣାସ୍ଥଳରୁ ଲୁଟେରା ଫେରାର ହେଇଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରି ନେଇଥିଲେ। ପରେ ସ୍ଥାନୀୟ ଲୋକ ଲୁଟେରାକୁ ପ୍ରବଳ ମାଡ଼ ମାରିଥିଲେ।

ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାମାନଙ୍କ ଆକ୍ରମଣରେ ଆହତ ହୋଇଥିବା ବାପା ଓ ପୁଅ ଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comment