ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ନୂଆ ସ୍ଥାନ ବୁଲିବା, ସପିଂ କରିବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଯଦି ଆପଣଙ୍କର ବି ଏମିତି ସଉକ ରହିଛି ତେବେ ଥରେ ଭାରତର ଏକ ନିଆରା ବଜାରକୁ ଯାଆନ୍ତୁ, ଯାହାକୁ ଏସିଆର ସବୁଠୁ ବଡ଼ ବଜାର ବୋଲି କୁହାଯାଉଛି।
ଯେଉଁଠିକି ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଏବେ ଆପଣ ଭାବୁଥିବେ ଯେ ଏହି ବଜାର କେଉଁଠି ଅଛି? କ’ଣ ପାଇଁ ଏହା ଏତେ ପ୍ରସିଦ୍ଧି ଲାଭ କରିଛି?
ଏହି ବଜାର ମଣିପୁରର ରାଜଧାନୀ ଇମ୍ଫାଲରେ ରହିଛି। ଏହି ବଜାର ନାଁ ଇମା କୈଥଲ ବଜାର। ଏହି ବଜାରର ବିଶେଷତ୍ୱ ହେଉଛି ଏଠି କେବଳ ମହିଳାମାନଙ୍କ ଦୋକାନ ଚାଲିଥାଏ। ମହିଳାମାନଙ୍କ ଦ୍ୱାରା ଚାଳିତ ସବୁଠୁ ବଡ଼ ବଜାର ବୋଲି ଏହାକୁ କୁହାଯାଉଛି।
ଏଠାରେ ପନିପରିବା, ଲୁଗାପଟଠାରୁ ଆରମ୍ଭ କରି ସବୁ ପ୍ରକାର ଜିନିଷ ମିଳିଥାଏ। ଏହି ବଜାର ପାଖାପାଖି ୫ଶହ ବର୍ଷ ବୋଲି ବିଶ୍ୱାସ କରାଯାଉଛି।