ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପୁରରେ ନୂଆବର୍ଷର ପ୍ରଥମ ଦିନରେ ପୁଣି ହିଂସା ଦେଖିବାକୁ ମିଳିଛି। ସୋମବାର ରାଜ୍ୟର ଥୌବାଲ ଜିଲ୍ଲାରେ ଘଟିଥିବା ଗୁଳିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ମଣିପୁରର ସମ୍ବେଦନଶୀଳ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି।

ସୋମବାର ସନ୍ଧ୍ୟାରେ ଥୌବାଲ ଜିଲ୍ଲାର ଲିଲୋଙ୍ଗ ଚିଂଜାଓଠାରେ କିଛି ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ଲୋକଙ୍କଠାରୁ ଟଙ୍କା ଆଦାୟ କରିବାକୁ ଆସିଥିଲେ। ଏହାକୁ ନେଇ କିଛି ସ୍ଥାନୀୟ ଲୋକଙ୍କ ସହ ସେମାନଙ୍କ ଗଣ୍ଡଗୋଳ ହୋଇଥିଲା।

ଏହାପରେ ଦୁର୍ବୃତ୍ତମାନେ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି।

ଅନ୍ୟପଟେ ଘଟଣାରେ ଆଉ କିଛି ବ୍ୟକ୍ତିଙ୍କୁ ଗୁଳି ବାଜିବାରୁ ସେମାନେ ଆହତ ହୋଇଥିଲେ। ସ୍ଥାନୀୟ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଉଛି। ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଏହି ଘଟଣା ପରେ ମଣିପୁରର ଥୌବାଲ, କାକଚିଂ, ଇମ୍ଫାଲ ଇଷ୍ଟ, ଇମ୍ଫାଲ ୱେଷ୍ଟ ଓ ବିଷ୍ଣୁପୁର ଜିଲ୍ଲାରେ କର୍ଫ୍ୟୁ ଲଗାଯାଇଛି। ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଘଟଣାର ନିନ୍ଦା କରିବା ସହ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।    

Tags: #ManipurViolence #GunViolence #Curfew #ThoubalDistrict #Manipur

LEAVE A REPLY

Please enter your comment!
Please enter your name here