ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୟଙ୍କର ରୂପ ନେଉଛି ବାତ୍ୟା ବୁଲ୍‌ବୁଲ୍‌। ବର୍ତ୍ତମାନ ଏହା ଦୀଘାଠାରୁ ୮୦ କିଲୋମିଟର ଦୂରରେ ଗତି କରୁଛି। ଘଣ୍ଟାକୁ ଏହା ୮ରୁ ୯ କିଲୋମିଟର ଗତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଉଛି। ତେବେ ଏହା ରାତି ୧୧ଟା ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବୋଲି ଏସ୍‌ଆରସି ସୂଚନା ଦେଇଛି।

ବୁଲ୍‌ବୁଲ୍‌ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଲାଗି ରହିଛି। ଏହାସହ କେନ୍ଦ୍ରାପଡ଼ା, ଜଗତସିଂହପୁର , ଭଦ୍ରକ ଓ ବାଲେଶ୍ଵରରେ ଗଛ ଓ ବିଦ୍ୟୁତ ଖଣ୍ଟ ଭାଙ୍ଗିପଡ଼ିଛି। ଘଟଣାସ୍ଥଳରେ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ ଜାରି ରଖିଛି।

କେନ୍ଦ୍ରାପଡ଼ାର ୯ଟି ବ୍ଲକରେ ବିଜୁଳି ସଂଯୋଗ ଦିଆଯାଇଛି। ଏହାସହ ଦୁଇଟି ବ୍ଲକରେ କାଲି ବିଦ୍ୟୁତ ସଂଯୋଗ ଦିଆଯିବ। ସେହିପରି ଭଦ୍ରକ ଜିଲ୍ଲାରେ ୫୦ ପ୍ରତିଶତ ବିଜୁଳି ସଂଯୋଗ ଦିଆଯାଇଛି। ବାକି କାଲି ସୁଦ୍ଧା ହୋଇଯିବ ବୋଲି ସୂଚନା ମିଳିଛି।

Comment