ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ଶନିବାର ସକାଳ ସାଢ଼େ ୧୦ଟାରେ ସୁପ୍ରିମକୋର୍ଟରୁ ଆସିବ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ କ’ଣ ରାୟ ଦେବେ ତାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।

ରାୟ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି।

ମୋଦୀ ଟୁଇଟ୍‌ କରି କହିଛନ୍ତି, ‘‘ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଯାହା ବି ରାୟ ଦେବେ ସେଥିରେ କାହାର ବି ହାର୍ ଜିତ୍‌ ହେବ ନାହିଁ। ରାୟକୁ ସମସ୍ତେ ସ୍ୱାଗତ କରିବା ଏବଂ ଶାନ୍ତି, ଏକତା ଓ ସଦ୍‌ଭାବନା ବଜାୟ ରଖିବା।’’

ହିନ୍ଦୁ ଏବଂ ମୁସଲିମ୍‌ ପକ୍ଷଙ୍କ ଠାରୁ ଶୁଣିବା ପରେ ସୁପ୍ରିମକୋର୍ଟ ମାମଲାର ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାର ରାୟ ଶନିବାର ପ୍ରକାଶ ପାଇବ।

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଅଯୋଧ୍ୟା ଏବଂ ଉତ୍ତରପ୍ରଦେଶର ଅନ୍ୟ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅଯୋଧ୍ୟାକୁ ରେଡ୍‌, ୟେଲୋ, ଗ୍ରୀନ୍ ଏବଂ ବ୍ଲୁ ଜୋନରେ ବିଭକ୍ତ କରାଯାଇଛି। ବିବାଦୀୟ ସ୍ଥଳକୁ ରେଡ୍‌ ଜୋନ୍‌ରେ ବିଭକ୍ତ କରାଯାଇଛି। ଅଯୋଧ୍ୟାରେ ୪୭ କମ୍ପାନି ସୁରକ୍ଷା ବଳ ନିଯୋଜିତ ଅଛନ୍ତି।

ସୋସିଆଲ ମିଡିଆ ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ ୧୬୦୦ ସ୍ୱେଚ୍ଛାସେବୀ ନିୟୋଜିତ କରାଯାଇଛି। ୭୮ଟି ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

Comment