ଓଡ଼ିଶାଲାଇଭ୍‌ ବ୍ୟୁରୋ

Uncle rapes 6 year old in Koraput Odisha News Odia News

୬ ବର୍ଷର ସଂପର୍କୀୟ ଝିଆରୀକୁ ଦାଦାର ଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ। ଅଭିଯୋଗ ପରେ ଅଭିଯୁକ୍ତ ଦାଦାକୁ ଗିରଫ କରିଛି ବୋରିଗୁମ୍ମା ପୋଲିସ। ଅନ୍ୟପଟେ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ପୀଡ଼ିତାର ଚିକିତ୍ସା ଚାଲିଛି। ଶନିବାର ଡାକ୍ତରଖାନାରେ ପୀଡ଼ିତାକୁ ଭେଟିଛନ୍ତି ଡିସିପିଓ, ସିଡବ୍ଲୁସି ଏବଂ ଡାଲସାର ଅଧିକାରୀ।

ଲଜ୍ଜା। ମଣିଷ ପାଲଟିଲା ରାକ୍ଷସ। ୬ ବର୍ଷର ନାବାଳିକା ସହ ଦୁଷ୍କର୍ମ କଲା ୨୫ ବର୍ଷର ଯୁବକ। ତାହା ବି ସଂପର୍କୀୟ ଝିଆରୀ ସହ। ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରୁ। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରି ସଂପର୍କୀୟ ଦାଦାକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଡମ୍ବରୁ ମୁଦୁଲି।

Uncle rapes 6 year old in Koraput

ଗତ ଗୁରୁବାର ଦିନ ମାଛ ଧରିବା ବାହାନାରେ ଡମ୍ବରୁ ନିଜ ଝିଆରୀକୁ ଡାକି ନେଇଥିଲା। ଏହାପରେ ଗାଁ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ଏଘଟଣା ସମ୍ପର୍କରେ ପୀଡ଼ିତା କାନ୍ଦି କାନ୍ଦି ଘରେ କହିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ପରିବାର ଲୋକେ ଅସୁସ୍ଥ ପୀଡ଼ିତା ପ୍ରଥମେ ବୋରିଗୁମ୍ମା ଓ ପରେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଶନିବାର ପୀଡ଼ିତା ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ତାଙ୍କୁ ସିଡବ୍ଲୁସି ଅଧିକାରୀ, ଡିସିପିଓ ଏବଂ ଡାଲସା ଅଧିକାରୀ ଭେଟିଥିଲେ।

ଏଭଳି ଘଟଣାକୁ ସମସ୍ତେ ନିନ୍ଦା କରିବା ସହ ପୀଡ଼ିତାକୁ ଆଇନ ସହାୟତା ଏବଂ ତା’ର ପାଠ ପଢ଼ିବା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

Comment