ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଦୁଇଟି ଆଦର୍ଶ ପୋଲିସ ଥାନା ଉଦଘାଟନ ହୋଇଛି। କାକିରିଗୁମା ପୋଲିସ ଥାନା ଓ ଲକ୍ଷ୍ମୀପୁର ପୋଲିସ ଥାନାକୁ ଆଦର୍ଶ ପୋଲିସ ଥାନା ଭାବେ ଉଦଘାଟନ କରାଯାଇଛି। କୋରାପୁଟ ଜିଲ୍ଲା ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ସଫିନ ମହମ୍ମଦ କେ ଓ କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ ଏହାକୁ ଉଦଘାଟନ କରିଥିଲେ।

ଏଥିରେ ସମ୍ମାନନିୟ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲକା, ଲକ୍ଷ୍ମୀପୁର ବିଧାୟକ ପ୍ରଭୁଜାନୀ, ପୂର୍ବତନ ଲଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା, କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରେମ ଚନ୍ଦ୍ର ଡ଼ଙ୍ଗରି, ଲକ୍ଷ୍ମୀପୁର ଥାନା ଅଧିକାରୀ ଗୌରହରି ସାହୁ, କାକିରିଗୁମ୍ମା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କେତେଜଣ ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ବଣ୍ଟନ ସହ ଥାନା ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଶେଷରେ ଲଷ୍ମୀପୁର ଏଡିପିଓ ଅଶ୍ୱିନୀ କୁମାର ନାୟକ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ।

Comment