ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ବଳ ହେଲା ଭୀଷଣ ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌। ଶନିବାର ରାତି ସାଢେ ୯ଟାରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିଥିଲା। ପରେ ରବିବାର ଭୋର୍‌ ୫ଟା.୩୦ରୁ ଦୁର୍ବଳ ହୋଇଛି। ବର୍ତ୍ତମାନ ଏହା ପୂର୍ବ-ଉତ୍ତରପୂର୍ବ ଦିଗକୁ ଅଗ୍ରସର ହୋଇ ବାଂଲାଦେଶ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ବୁଲ୍‌ବୁଲ୍‌ ଡିପ୍‌ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି।

ବୁଲ୍‌ବୁଲ୍‌ ଶନିବାର ରାତି ସାଢେ ୯ଟାରେ ସାଗରଦୀପ ଓ ଖେପୁପରା ମଧ୍ୟରେ ସ୍ଥଳ ଭାଗ ଛୁଇଁଥିଲା। ଏହି ସମୟରେ ପବନର ବେଗ ୧୧୫ରୁ ୧୨୫ କିଲୋମିଟର ରହିଥିଲା। ଏହା ପ୍ରଭାବରେ ପଶ୍ଚିମବଙ୍ଗରେ ବଡ଼ ବଡ଼ ଗଛ ଉପୁଡ଼ି ଯିବା ସହ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଏହାସହ କୋଲକତାରେ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବୁଲ୍‌ବୁଲ୍‌କୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଥିଲା। ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ବୁଲ୍‌ବୁଲ୍‌ ଲ୍ୟାଣ୍ଡଫଲ୍‌ କରିବା ସମୟରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡ କରିଛି।

LEAVE A REPLY

Please enter your comment!
Please enter your name here