ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଜଣା ରୋଗରେ ୬ଶିଶୁଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ମାଲକାନଗିରି  ଜିଲ୍ଲା କାଲିମେଳା ତାମନପଲ୍ଲୀରେ ଡାକ୍ତରୀ ଟିମ୍‌ ପହଞ୍ଚିଛନ୍ତି। କୋରାପୁଟ ମେଡିକାଲରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ପହଞ୍ଚି ପରୀକ୍ଷା ନିରୀକ୍ଷା କରୁଛନ୍ତି। ମାଲକାନଗିରିରେ ୧୫ ଦିନରେ ୬ ଶିଶୁଙ୍କୁ ମୃତ୍ୟୁ ନେଇ ଡାକ୍ତରୀ ଟିମ୍‌ ଅନୁଧ୍ୟାନ କରୁଛନ୍ତି।

ଗାଁରେ ଏବେ ବି ୭ ଜଣ ଶିଶୁ ଅସୁସ୍ଥ ଅଛନ୍ତି। ଡାକ୍ତରୀ ଟିମ୍‌ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ୭ ଦିନ ସେଠାରେ ରହି ଘଟଣାର ଅନୁଧ୍ୟାନ କରିବେ।

ଗତ ୧୫ ଦିନ ଭିତରେ ବର୍ଷକରୁ କମ୍‌ ବୟସର ଶିଶୁ ଜ୍ୱରରେ ଆକ୍ରାନ୍ତ ହେବା ସହ ୬ ଶିଶୁଙ୍କ ମୃତ୍ୟୁ ଘଟିଛି।

Comment