ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ: ପଞ୍ଚକ ଚତୁର୍ଦ୍ଦଶୀ ଅବସରରେ ଭକ୍ତଙ୍କୁ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କର ଏହି ଅପୂର୍ବ ବେଶ ଅନୁଷ୍ଠିତ ହୋଇଥାଏ।

ଆଜି ସକାଳୁ ମହାପ୍ରଭୁଙ୍କ ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ନୃସିଂହ ବେଶ ନୀତି ସମ୍ପନ୍ନ କରିଥିଲେ। ଏହି ବେଶରେ ଶ୍ରୀଜୀଉମାନେ ଚୂଳ ଧାରଣ କରିଥା’ନ୍ତି। ଏହି ଚୂଳରେ କିଆ ଲାଗି ହୋଇଥାଏ। ସୁନା କିଆଗୁଡ଼ିକ ଲାଗି ଥିବାରୁ ଏହାକୁ ଆଡ଼କିଆ ବେଶ ମଧ୍ୟ କୁହାଯାଏ।

ଶ୍ରୀଜୀଉମାନେ ସୁନାର ଶ୍ରୀଭୁଜ, ଶ୍ରୀପୟର, ଅନେକ ଅଳଙ୍କାରରେ ବିଭୂଷିତ ହୋଇଥା’ନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଭଳି ଏକ ଧାରାରେ ଲକ୍ଷ୍ମୀ ନାରାୟଣ, ରାଧା ଦାମୋଦର ସେହିପରି ସେ ଏକ ଧାରାରେ ଲକ୍ଷ୍ମୀ ନୃସିଂହ ମଧ୍ୟ। ଚତୁର୍ଦ୍ଦଶୀ ଅବସରରେ ମହାପ୍ରଭୁଙ୍କ ନୃସିଂହ ବେଶ ଦର୍ଶନ କଲେ ପୂଣ୍ୟ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି।

LEAVE A REPLY

Please enter your comment!
Please enter your name here