ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପ୍ରିମ୍କୋର୍ଟର ଐତିହାସିକ ରାୟ ପରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଉଦ୍ୟମ ଚାଲିଛି। ଏବେ ବହୁ ଲୋକ ଇଛା କରୁଥିବେ ଆଯୋଧ୍ୟା ନଗରୀ ଯିବା ପାଇଁ। ତେବେ ଜାଣନ୍ତୁ ଭୁବନେଶ୍ୱରରୁ କେମିତି ଯିବେ ଅଯୋଧ୍ୟା?
ରାଜଧାନୀ ଭୁବନେଶ୍ୱରରୁ ଅଯୋଧ୍ୟା ଯିବାକୁ ହେଲେ ଦୁଇ ତିନୋଟି ବିକଳ୍ପ ରହିଛି। ଭୁବନେଶ୍ୱର ଓ ଅଯୋଧ୍ୟା ମଧ୍ୟରେ ଦୂରତା ହେଉଛି ଆକାଶମାର୍ଗରେ ୮୧୨ କିଲୋମିଟର ଓ ରାସ୍ତାରେ ଗଲେ ୧୦୮୭ କିଲୋମିଟର। ଭୁବନେଶ୍ୱରରୁ ଅଯୋଧ୍ୟାକୁ ସିଧାସଳଖ କୌଣସି ବସ୍, ଟ୍ରେନ କିମ୍ବା ଫ୍ଲାଇଟ ନାହିଁ। ସୁତରାଂ ଆପଣଙ୍କୁ ଦୁଇ ତିନୋଟି ଜାଗା ବଦଳାଇ ଯିବାକୁ ପଡ଼ିବ।
ସବୁଠାରୁ ଅଧିକ ସୁବିଧାଜନକ ହେଉଛି ଭୁବନେଶ୍ୱରରୁ ବାରଣସୀକୁ ଏୟାର ଇଣ୍ଡିଆର ଫ୍ଲାଇଟ ଧରିବା। ବାରାଣସୀରେ ପହଞ୍ଚିବା ପରେ ଆପଣ ଇଣ୍ଡିକା ଚାରି ଚକିଆ ନେଇ ଅଯୋଧ୍ୟାରେ ପହଞ୍ଚିପାରିବେ। ଫ୍ଲାଇଟରେ ଯିବାକୁ ହେଲେ ଅନ୍ୟ ବିକଳ୍ପ ତୁଳନାରେ ଆପଣଙ୍କୁ ଅବଶ୍ୟ ଅପେକ୍ଷାକୃତ ଅଧିକ ଖର୍ଚ୍ଚ କରିବାକୁ ହେବ। ଏଣୁ ସବୁଠାରୁ ଶସ୍ତା ଉପାୟ ହେଲା ସଡ଼କ ପରିବହନ ନିଗମର ଭୁବନେଶ୍ୱର-ଭିଲାଈ ବସ୍ ଧରିବା।
ଭିଲାଈରେ ଓହ୍ଲାଇବା ପରେ ଅଯୋଧ୍ୟା ଯିବା ପାଇଁ ଆପଣ ଦୁର୍ଗ ଏନଟିଭି ଏକ୍ସପ୍ରେସ ଟ୍ରେନ ଧରିପାରିବେ। ଅନ୍ୟ ଏକ ବିକଳ୍ପ ହେଉଛି ଭୁବନେଶ୍ୱର-ନୂଆଦିଲ୍ଲୀ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଦିଲ୍ଲୀ ପର୍ଯ୍ୟନ୍ତ ଯିବେ। ସେଠାରୁ ବସ୍ ଧରିବେ। ଦିଲ୍ଲୀରୁ ଅଯୋଧ୍ୟାକୁ ସବୁବେଳେ ବସ ଚାଲୁଥାଏ।

















