ଓଡ଼ିଶାଲାଇଭ୍ ବ୍ୟୁରୋ

କୁହାଯାଏ ପଶୁମାନଙ୍କ ଭିତରେ ସବୁଠୁ ବିଶ୍ୱସ୍ତ ପଶୁ ହେଲା କୁକୁର। ତେଣୁ ଅଧିକାଂଶ ଲୋକ ଘରେ ପୋଷା କୁକୁର ରଖିବା ବି ଆପଣ ଦେଖିଥିବେ। ହେଲେ କୁକୁର ସତରେ ଯେ ବିଶ୍ୱାସଯୋଗ୍ୟ ଏହାର ପ୍ରମାଣ ଦେଖିବାକୁ ମିଳିଛି କୋରାପୁଟ ଜୟପୁରରେ।

ନାଗସାପ ସହ ଲଢ଼ି ମାଲିକର ୠଣ ସୁଝିବା ସହ ନିଜ ବିଶ୍ୱସନୀୟତାର ପରିଚୟ ଦେଇଛି ପୋଷା କୁକୁର।

ଜୟପୁରସ୍ଥିତ ପାୱାର ହାଉସ କଲୋନୀର ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ଘରେ ରବିବାର ଏକ ନାଗସାପ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। ସେହି ସମୟରେ ତାଙ୍କ ପୋଷା କୁକୁର  “ଡ଼ଗି” ନିଜ ଜୀବନ କୁ ବାଜି ଲଗାଇ  ପ୍ରାୟତଃ ଅଧଘଣ୍ଟା ଧରି ନାଗସାପ ସହ ଲଢେ଼ଇ କରି ନିଜ ମାଲିକଙ୍କ ଘରେ ତାକୁ ପ୍ରବେଶ କରିବାକୁ ଦେଇ ନଥିଲା

ଅଧଘଣ୍ଟା ଲଢ଼େଇ ପରେ ଡଗି ନାଗ ସାପ କୁ ୨ ଖଣ୍ଡ କରିଦେଇଥିଲା।

Comment