ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୧ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବ୍ରାଜିଲ ଗସ୍ତ କରିଛନ୍ତି। ମଙ୍ଗଳବାର ଓ ବୁଧବାର ମୋଦୀ ଦୁଇ ଦିନ ବ୍ରାଜିଲରେ ରହିବେ। ଏହି ସମ୍ମିଳନୀର ଏଥର ଥିମ୍‌ ରହିଛି “ ଉନ୍ନତ ଭବିଷ୍ୟ ପାଇଁ ଆର୍ଥିକ ବୃଦ୍ଧି”।

ପିଏମ ମୋଦୀ ଷଷ୍ଠ ଥର ପାଇଁ ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବାକୁ ଯାଇଛନ୍ତି। ପ୍ରଥମ ଥର ସେ ୨୦୧୪ ମସିହାରେ ବ୍ରାଜିଲର ଫୋର୍ଟାଲେଜାରେ ହୋଇଥିବା ଶିଖର ସମ୍ମିଳନୀରେ ସାମିଲ ହୋଇଥିଲେ ।

Comment