ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ଦେଇଥିବା ସୁପାରିଶଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁର କରିଛନ୍ତି।

ରାଜ୍ୟରେ କୌଣସି ଦଳ କିମ୍ବା ମେଣ୍ଟ ସରକାର ଗଠନ କରିବାରେ ଅସମର୍ଥ ହେବା କାରଣରୁ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ୍ କରିଥିଲେ। ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବାକୁ ମନା କରିଦେଇଥିଲା। ଏହାପରେ ରାଜ୍ୟପାଳ ଶିବସେନାକୁ ଓ ଏହାପରେ ଏନସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ତେବେ କୌଣସି ଦଳ ସରକାର ଗଠନ କରିବାକୁ ସମର୍ଥ ହୋଇପାରିନଥିଲେ।

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଯଦି ୧୨ ମାସ ମଧ୍ୟରେ କୌଣସି ଦଳ ସରକାର ଗଠନ ନ କରିପାରୁଛନ୍ତି ତେବେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ରାଜ୍ୟପାଳ ସୁପାରିଶ କରିପାରନ୍ତି। ଗୋଟିଏ ରାଜ୍ୟ ବିନା ସରକାରରେ ଅତି ବେଶୀରେ ବର୍ଷେ ପର୍ଯ୍ୟନ୍ତ ଚାଲିପାରିବ। ଯଦି ଏହା ଡେଇଁ ଯାଏ ତେବେ ନିର୍ବାଚନ କମିସନରଙ୍କ ଅନୁମତି ନେବାକୁ ପଡ଼ିବ।

Comment