ଡ଼ିଶାଲାଇଭ୍ ବ୍ୟୁରୋ

କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିସରରେ ନଭେମ୍ବର ୧୩ ତାରିଖରେ ‘ରାଇସ୍ ୱାକ୍, ୱାକ୍ ଉଇଥ୍ ରାଇସ୍, ନୋ ୟୋର ରାଇସ୍’ ସଂପର୍କିତ ଏକ କର୍ମଶାଳା ଆୟୋଜିତ ହେବ। ଏଥିରେ ଚାଷୀ, ବୈଜ୍ଞାନିକ,ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସାଧାରଣ ଲୋକ ଅଂଶଗ୍ରହଣ କରି ନୂଆ ନୂଆ କିସମର ଧାନ ଏବଂ ଏହାର ଉତ୍ପାଦନ ସଂପର୍କରେ ଜାଣିପାରିବେ।

ଏହି କାର୍ଯ୍ୟକ୍ରମରେ କଟକ ଓ ଭୁବନେଶ୍ୱରର ୪୦ଟି ସ୍କୁଲ ଓ ଜୁନିୟର କଲେଜର ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇ ଧାନ ଗବେଷଣା କେନ୍ଦ୍ରର ୨ ଶହ ଏକର ପରିବ୍ୟାପ୍ତ ଜମିରେ ହୋଇଥିବା ନୂଆ କିସମ ଧାନ ବୁଲି ଦେଖିବେ। ଏଭଳି କର୍ମଶାଳା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ବେଶ୍‌ ଶିକ୍ଷଣୀୟ ହେବ ବୋଲି ଆଶା ରଖିଛନ୍ତି ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଏଚ୍. ପାଠକ।

Comment