ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭାରେ ଶାସକ ଦଳ ସଦସ୍ୟଙ୍କ ଉପସ୍ଥାପନ ନେଇ ଆଜି ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏପରିକି ଯେଉଁ ସଦସ୍ୟ ଦୁଇଦିନରୁ ଅଧିକ ଦିନ ଛୁଟିରେ ଯିବେ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେବାକୁ ପଡ଼ିବ। ଏତଦ୍ ବ୍ୟତୀତ ସଦସ୍ୟଙ୍କ ଉପସ୍ଥାନ ନେଇ ଦୈନିକ ସାଢ଼େ ୧୧ଟାରେ ମୁଖ୍ୟ ସଚେତକ ସୁପ୍ରିମୋଙ୍କୁ ଦୈନିକ ରିପୋର୍ଟ କରିବେ।

ନୂଆ ସଦସ୍ୟଙ୍କ କାର୍ଯ୍ୟଶୈଳୀରେ ପରେ ନିଜେ ନଜର ରଖିବେ ନବୀନ। ରିପୋର୍ଟ ରୂପରେଖ ନେଇ  ୪ ଜଣିଆ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଳ ଉଷା ଦେବୀ, ବିଧାୟକ ଅମର ଶତପଥୀ ଓ କିଶୋର ମହାନ୍ତି କମିଟିର ସଦସ୍ୟ ରହିଛନ୍ତି।

Comment