ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଐତିହାସିକ ବାଲିଯାତ୍ରା ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ ଭାବେ ମାନ୍ୟତା ଦେବାକୁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ନବୀନ ଚିଠି ଲେଖିଛନ୍ତି।

ବାଲିଯାତ୍ରା ଓଡ଼ିଶା ନୌବାଣିଜ୍ୟ, କଳା ସାହିତ୍ୟର ଐତିହ୍ୟ ବହନ କରେ ବୋଲି ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ବାଲିଯାତ୍ରା ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ। ଏହି ପର୍ବ ବହୁ ପ୍ରଚୀନ କାଳରୁ ଚାଲି ଆସୁଛି। ସେଥିପାଇଁ ଏହାକୁ ଜାତୀୟ ପର୍ବର ମାନ୍ୟତା ମିଳୁ ବୋଲି ନବୀନ ଲେଖିଛନ୍ତି।

Comment