ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତ ମହିଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଆଜି ବିଧାନସଭା ହୁଲସ୍ତୁଲ ହୋଇଛି। ବିରୋଧୀ କଂଗ୍ରେସ ଏବଂ ବିଜେପିର ନାରାବାଜିରେ ଆରମ୍ଭରୁ ବିଧରାନସଭାରେ ତାତି ଦେଖିବାକୁ ମିଳିଛି। ଫଳରେ ଗୃହ ବାରମ୍ବାର ମୁଲତବି ହୋଇଥିଲା।

ନାରୀ ନିର୍ଯାତନା ପ୍ରସଙ୍ଗରେ ଆଲୋଚନା କରିବାକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଦାବି କରିଥିଲେ। ହେଲେ ବାଚସ୍ପତି ଅନୁମତି ନଦେବାରୁ ଗୃହରେ କଂଗ୍ରେସ ସଭ୍ୟ ହୋ-ହଲ୍ଲା କରିଥିଲେ। ଏପଟେ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ଅସ୍ତ୍ର କରିଥିଲା ବିଜେପି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇଥିଲେ।

ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟଙ୍କ ହୋ-ହଲ୍ଲାରେ ଗୃହ କାର୍ଯ୍ୟ ଅଚଳ ହୋଇଥିଲା। ମାତ୍ର ୨ ମିନିଟ୍‌ ମଧ୍ୟରେ ଗୃହ ମୁଲତବି କରିଥିଲେ ବାଚସ୍ପତି। ଗୃହର ମଝି ଭାଗକୁ ନଆସିବା ପାଇଁ ବାଚସ୍ପତି କହିଥିଲେ ମଧ୍ୟ ଏହାକୁ ମାନି ନଥିଲେ ବିରୋଧୀ ସଭ୍ୟ।

Comment