ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁଣିଲାନି ପ୍ରଶାସନ। ମଦୁଆଙ୍କ ଉତ୍ପାତ ଅସହ୍ୟ ହୋଇପଡ଼ିବାରୁ ଶେଷରେ ଗାଁ ମହିଳାମାନେ ମିଶି ଶେଷରେ ମଦ ଦୋକାନଙ୍କୁ ଭାଙ୍ଗିଦେଇଛନ୍ତି। ଏହି ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନାଗେସ୍ଵରପୁର ଗାଁରେ।

ନାଗେସ୍ଵରପୁର ଗାଁରେ ମଦ ଦୋକାନ ଖୋଲା ହେବା ଦିନଠାରୁ ମଦୁଆ ମାନଙ୍କ ଉତ୍ପାତ ବଢ଼ି ଚାଲୁଥିଲା। ସେହିପରି ଆଖାପାଖ ଗାଁର ଯୁବକମାନେ ନିଶା ଖୋର ହୋଇ ଏହି ଗାଁର ଝିଅ ବୋହୂଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଥିଲା। ମଦଦୋକାନକୁ ବିରୋଧ କରି ଗାଁ ମହିଳାମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେଥିରୁ କିଛି ସୁଫଳ ନମିଳିବାରୁ ଆଇନକୁ ହାତକୁ ନେଇ ଗାଁ ମହିଳାମାନେ ମଦ ଦୋକାନକୁ ଭାଙ୍ଗିଦେଇଛନ୍ତି।

ଗାଁର ଶତାଧିକ ମହିଳା ଏକାଠି ହୋଇ ମଦ ଦୋକାନ ତାଲା ଭାଙ୍ଗି ମଦ ଭର୍ତ୍ତି ପେଟିଗୁଡିକୁ ବାହାରକୁ ଫିଙ୍ଗି ଦେଇଥିଲେ। ବାହାରେ ଥିବା ଅନ୍ୟ ମହିଳାମାନେ ଶାବଳ ଓ ବାଉଁଶ ସାହାଯ୍ୟରେ ପିଟି ଭାଙ୍ଗି ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

ତେବେ ଏହି ଘଟଣାରେ ମଦ ବ୍ୟବସାୟୀ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି। ଅଭିଯୋଗ ଅନୁସାରେ ମଦ ଦୋକାନ ଭାଙ୍ଗିଥିବା ମହିଳାମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି କେନ୍ଦ୍ରାପଡ଼ା ସଦର ଥାନା ପୋଲିସ କହିଛନ୍ତି।

Comment