ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ବାଂଲାଦେଶ ମାତ୍ର ୫୮ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୫୦ ରନ୍‌ କରିଛି। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୩ଟି ଓ୍ଵିକେଟ ନେଇଛନ୍ତି।

ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଇନ୍ଦୋରର ହୋଲକର୍‌ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ବାଂଲାଦେଶ ଅଧିନାୟକ ମୋମିନୁଲ୍‌ ହକ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

ପ୍ରଥମେ ବ୍ୟାଟିଂ କରିବାକୁ ଆସି ବାଂଲାଦେଶ ଦଳ ପ୍ରଥମ ଦିନରେ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ପକ୍ଷରୁ ମୁସାଫିକର ରହିମ୍‌ ସର୍ବାଧିକ ୪୩ ରନ କରିଛନ୍ତି। ବର୍ତ୍ତମାନ ଭାରତ ବ୍ୟାଟିଂ ଆରମ୍ଭ କରିଛି।

Comment