ଓଡ଼ିଶାଲାଇଭ୍ ବ୍ୟୁରୋ

ଶିଳ୍ପପତି ମହିମା ମିଶ୍ରଙ୍କୁ ମିଳିଲା ଜାମିନ। ବହୁଚର୍ଚ୍ଚିତ ମହେନ୍ଦ୍ର ସ୍ଵାଇଁ ହତ୍ୟା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ହତ୍ୟା ମାମଲାରେ ପୂର୍ବରୁ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ଏହାକୁ ସୁପ୍ରିମ୍କୋର୍ଟ ଖାରଜ କରି ଦେଇଥିଲେ। ଏହାପୂର୍ବରୁ ତାଙ୍କୁ ଅନ୍ୟ ଦୁଇଟି ମାମଲାରେ ଜାମିନ ମିଳି ସାରିଛି।
ବ୍ୟବସାୟ କାରଣରୁ ସିଓ୍ଵେଜ୍ ସିପିଙ୍ଗ ଆଣ୍ଡ ଲିଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦୀପ ଶାଖାର ପରିଚାଳକ ମହେନ୍ଦ୍ର ସ୍ଵାଇଁଙ୍କୁ ୨୬ ଅକ୍ଟୋବର ୨୦୧୬ରେ ବୋମା ଫିଙ୍ଗି ହତ୍ୟା କରାଯାଇଥିଲା। ଏଥିରେ ମହିମା ମିଶ୍ର ମାଷ୍ଟରମାଇଣ୍ଡ ଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ। ତଦନ୍ତ ବେଳେ ମହିମା ମିଶ୍ର ଥାଇଲାଣ୍ଡରେ ଲୁଚିଥିବା ଖବର ପାଇ ପୋଲିସ ତାଙ୍କୁ ଗିରଫ କରିଥିଲା।
୨୦୧୮ ମସିହାରେ ହାଇକୋର୍ଟ ପାରାଦୀପ ତାରିଣୀପଡ଼ା ଗୁଳିକାଣ୍ଡ ଓ କଟକ ଖାନନଗର ବୋମାମାଡ଼ ମାମଲାରେ ମହିମା ମିଶ୍ରଙ୍କୁ ଜାମିନ ପ୍ରଦାନ କରିଛନ୍ତି।

















