ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ପରଲୋକ ଘଟିଛି। ତାଙ୍କ ଦେହାନ୍ତକୁ ନେଇ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଛି। ଗୁରୁବାର ସନ୍ଧ୍ୟାରେ ମୁମ୍ବାଇରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ରତନ ଟାଟାଙ୍କ ପାର୍ଥିବ ଶରୀରକୁ ଦକ୍ଷିଣ ମୁମ୍ବାଇର ନରିମାନ ପଏଣ୍ଟରେ ଥିବା ନାସନାଲ ସେଣ୍ଟର୍ ଫର୍ ପର୍ଫମିଂ ଆର୍ଟ (ଏନସିପିଏ) ଠାରେ ରଖାଯାଇଛି। ସେଠାରେ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଗୁରୁବାର ଅପରାହ୍ଣ ୪ଟା ଯାଏଁ ଲୋକେ ତାଙ୍କର ଶେଷ ଦର୍ଶନ କରିବେ। ଏହାପରେ ମୁମ୍ବାଇର ୱର୍ଲି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

“ରତନ ଟାଟାଙ୍କ ଦେହାନ୍ତ ସହିତ ଏକ ଯୁଗର ଅବସାନ ହୋଇଛି। ସେ ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। ତାଙ୍କ ଭଳି ଜଣେ ଶିଳ୍ପପତିଙ୍କୁ ହରାଇବା ଭାରତ ଲାଗି ଅପୂରଣୀୟ କ୍ଷତି ହୋଇଛି”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ରତନ ଟାଟାଙ୍କ ଦେହାନ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତାମାନେ ଶୋକ ପ୍ରକାଶ କରିଛନ୍ତି।  

Tags: #RatanTata #TATAGroup #Industrialist #India

Comment