ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଖୋଲିବ ୬ଟି ନୂଆ ଜିଲ୍ଲା ଜଜ୍‌ କୋର୍ଟ। ୬ଟି ନୂଆ କୋର୍ଟ ଖୋଲିବାକୁ ହାଇକୋର୍ଟ ସୁପାରିଶ କରିଥିଲେ। ଏନେଇ ହାଇକୋର୍ଟକୁ ଅନୁମତି ମିଳିଛି। କଟକ, ଭଦ୍ରକ, ନୀଳଗିରି, ପଟ୍ଟାମୁଣ୍ଡାଇ, ଉଦଳା ଓ ଖଡ଼ିଆଳରେ ଏହି ଅତିରିକ୍ତ କୋର୍ଟ ଖୋଲାଯିବ।

କୋର୍ଟର ଅଭାବ ଓ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ହାଇକୋର୍ଟରେ ଅନେକ ମାମଲା ବର୍ଷ ବର୍ଷ ହେବ ପଡ଼ି ରହିଛି। ଶୁଣାଣି ମଧ୍ୟ ହୋଇ ପାରୁନାହିଁ। ତେଣୁ ହାଇକୋର୍ଟଙ୍କ ସୁପାରିଶ କ୍ରମେ ହାଇଲେଭଲ କମିଟି ଦ୍ଵାରା ଏହି ନିଷ୍ପତ୍ତି ହୋଇଛି। ନୂଆ କୋର୍ଟ ଖୋଲିବା ନେଇ ଆଇନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comment