ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ନିଯୁକ୍ତି ସୁଯୋଗ। ଅନୁଷ୍ଠାନର ଗୋଟିଏ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଓ ଗୋଟିଏ ଫିଲ୍ଡ୍ ଅପରେଟର ପଦବୀ ପାଇଁ ନଭେମ୍ବର ୨୮ତାରିଖ ସକାଳ ୧୦.୩୦ରେ ୱାକ-ଇନ୍-ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବ।

ପ୍ରୋଜେକ୍ଟ ଆସିଷ୍ଟାଣ୍ଟ

ବୟସ– ୨୧ ବର୍ଷରୁ ୪୫ବର୍ଷ

ଶିକ୍ଷାଗତ ଯୋଗ୍ୟତା–  ଭୂ- ବିଜ୍ଞାନ/କୃଷି ବିଜ୍ଞାନ/ ପରିବେଶ ବିଜ୍ଞାନ/ପରିମାପ ବିଜ୍ଞାନରେ ଏମ୍ଏ ଡିଗ୍ରୀ କିମ୍ବା ବୋଟାନୀ/ ଜୁଲୋଜି/ ମାଇକ୍ରୋବାଓଲୋଜି/ ଜୀବ ବିଜ୍ଞାନ/ ପରିବେଶ ବିଜ୍ଞାନରେ ଏମ୍ଏ କରିଥିବା ଦରକାର।

ଫିଲ୍ଡ୍ ଅପରେଟର

ବୟସ– ୧୮ରୁ ୪୫ବର୍ଷ

ଶିକ୍ଷାଗତ ଯୋଗ୍ୟତା –  କୃଷି ଭିତ୍ତିକ ବିଷୟରେ +୨ ଧନ୍ଦାମୂଳକ ପରୀକ୍ଷା ପାସ୍ ହୋଇଥିବା ଦରକାର କିମ୍ବା +୨ ବିଜ୍ଞାନ ସହ ଆଶାୟୀ ଜଣକ ଆଇଟିଆଇ ପାସ୍ କରିଥିବା ଦରକାର। ନଚେତ୍ ଦଶମ ଶ୍ରେଣୀ ପାସ୍ କରିବା ପରେ କୃଷି ଓ ଗ୍ରାମ୍ୟ ଉନ୍ନତିକରଣର ଦୁଇ ବର୍ଷ ଅଭିଜ୍ଞତା ରହିଥିବ।

ଚାକିରି ସମ୍ଭନ୍ଧରେ ଅଧିକ ସୂଚନା ପାଇବା ପାଇଁ ଆଶାୟୀମାନେ ଏହି ୱେବସାଇଟର ସାହାଯ୍ୟ ନେଇପାରିବେ http://icar-nrri.in/walk-in-intervew/

Comment