ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ସ୍ଵାସ୍ଥ୍ୟ ସଂସ୍ଥା ଓ ଅନ୍ତର୍ଜାତୀୟ ମଧୁମେହ ସଂଘ ଅନୁକୂଲ୍ୟରେ ୧୯୯୧ରୁ ପ୍ରତି ବର୍ଷ ନଭେମ୍ବର ୧୪ରେ ପାଳିତ ହେଉଛି ‘ବିଶ୍ୱ ମଧୁମେହ ଦିବସ’। ଚଳିତବର୍ଷର ବିଷୟବସ୍ତୁ ରହିଛି ‘ନିଜ ପରିବାରକୁ ସୁରକ୍ଷିତ ରଖ’ ବା ‘ପରିବାର ଏବଂ ମଧୁମେହ’। ମଧୁମେହର ପ୍ରତିରୋଧ, ନିୟନ୍ତ୍ରଣ ଏବଂ ନିରାକରଣରେ ପରିବାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜାଣନ୍ତୁ, ଡାଇବେଟିସ୍‌କୁ ନେଇ କିଛି ଟିପ୍ସ।

ଡାଇବେଟିସ୍‌ଠାରୁ ଦୂରେଇ ରହିବା ପାଇଁ ନିୟମିତ ବ୍ୟାୟାମ କରିବା ସହିତ ଶରୀରର ଓଜନ ଓ ଖାଦ୍ୟପେୟ ନିୟନ୍ତ୍ରଣରେ ରଖନ୍ତୁ।

ଆଜିକାଲିର ଖାଦ୍ୟଶୈଳୀ ଓ ଖାଦ୍ୟପେୟ ପ୍ରତି ସତର୍କ ରହିବା ସହ ସଚେତନ ରହନ୍ତୁ।

ଧୂମପାନ, ତମାଖୁ ଓ ମାଦକଦ୍ରବ୍ୟ ସେବନରୁ ନିବୃତ୍ତ ରହନ୍ତୁ।

ଡାଇବେଟିକ୍‌ରେ ପୀଡ଼ିତ ଥିବା ବ୍ୟକ୍ତି ନିଜ ଶରୀରରେ ଘା’ ନହେବା ପାଇଁ ଧ୍ୟାନ ଦିଅନ୍ତୁ।

ଡାଇବେଟିସ୍‌ ଯୋଗୁଁ ହୃଦଘାତ, ଉଚ୍ଚ ରକ୍ତଚାପ, ବୃକକ୍, ଯକୃତ ଜନିତ ରୋଗ, ଚକ୍ଷୁ ଓ ସ୍ନାୟୁଜନିତ ସମସ୍ୟା ଦେଖାଯିବାର ଆଶଙ୍କା ଥାଏ।

ନିୟମିତ ଡାକ୍ତରଙ୍କ ପରାମର୍ଶ ନେବା ସହ ଉପଯୁକ୍ତ ଚିକିତ୍ସା ଡାଇବେଟିସ୍‌ ନିୟନ୍ତ୍ରଣରେ ସହାୟକ ହୋଇଥାଏ।

Comment