ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ୟାସ୍‌ ସମସ୍ୟା ଏବେ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଛୋଟ ପିଲା ହୁଅନ୍ତୁ ବା ବୃଦ୍ଧା ସମସ୍ତଙ୍କଠାରେ ଗ୍ୟାସ୍‌ ସମସ୍ୟା ଦେଖା ଦେଉଛି। ତେଲ ମସଲା ଖାଦ୍ୟ, ଚକୋଲେଟ୍‌, ସୋଢ଼ା, ଛଣାଛଣି, କ୍ଷୀର, କଫି, ଟମାଟୋ ଏବଂ ଚା’ ଆଦି ଖାଦ୍ୟ ଶରୀରରେ ଏସିଡ୍‌ ବୃଦ୍ଧି କରିବା ସହ ପେଟ ଗ୍ୟାସ୍‌ କରିଥାଏ। କିନ୍ତୁ ଏହି ଗ୍ୟାସ୍‌କୁ କାଟିବା ପାଇଁ ବି ଖାଦ୍ୟ ଅଛି। ଯାହା ପ୍ରାକୃତିକ ଉପାୟରେ ଗ୍ୟାସକୁ ଦୂର କରିବ।

ଅଦା

ଅଦାରେ ଆଣ୍ଟି ଇନ୍‌ଫ୍ଲାମେଟୋରି ପ୍ରପଟି ରହିଛି। ଏହା ଖାଦ୍ୟକୁ ଠିକ୍‌ ଭାବେ ହଜମ କରିବା ସହ ଛାତିରେ ହେଉଥିବା ଜ୍ୱଳାପୋଡ଼ାକୁ ଦୂର କରିଥାଏ। ଯଦି ଆପଣଙ୍କର ଛାଡ଼ି ପୋଡ଼ୁଥାଏ, ତେବେ ଅଦା ରସ ପିଅନ୍ତୁ, ଏହା ସଙ୍ଗେ ସଙ୍ଗେ କାମ କରିବ।

କଦଳୀ

ବେକ ଓ ଛାତି ଜ୍ୱଳାପଡ଼ା ହେଲେ, ପାଚିଲା କଦଳୀ ଖାଇଲେ ସଙ୍ଗେ ସଙ୍ଗେ ଉପଶମ ମିଳିବ। କଦଳୀ ଖାଇବାର ଘଣ୍ଟେ ଯାଏଁ କୌଣସି ଥଣ୍ଡା ପାନୀୟ ପିଅନ୍ତୁ ନାହିଁ।

ଜୁଆଣୀ

ପେଟ ଗ୍ୟାସ୍‌ ହୋଇଥିଲେ ଖାଲି ପେଟରେ ଜୁଆଣୀ ପାଣି ପିଅନ୍ତୁ। ଏହା ଅତି ଶୀଘ୍ର କାମ କରେ।

ସୁଣ୍ଠି

ଗ୍ୟାସ୍‌ ହେଉବା ପେଟ ଦରଜ ସୁଣ୍ଠି ମ୍ୟାଜିକ ଭଳି କାମ କରେ। ସୁଣ୍ଠିକୁ ଉଷୁମ ପାଣିରେ ପକାଇ ପିଇଲେ, ଏହା ଗ୍ୟାସ୍‌ରୁ ମୁକ୍ତି ଦେବା ସହ କୋଷ୍ଠକାଠିନ୍ୟକୁ ଦୂର କରିଥାଏ।

Comment