ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା। ରାସ୍ତା ଖରାପ ଯୋଗୁଁ ଆସି ପାରିଲାନି ଆମ୍ବୁଲାନ୍ସ। ଫଳରେ ୩ କିଲୋମିଟର ଭାରାରେ ବୁହା ହେଲେ ଗର୍ଭବତୀ ମହିଳା।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦସମନ୍ତପୁର ବ୍ଲକ ପାଇକଫୁଲବେଡ଼ ପଞ୍ଚାୟତ ଅନ୍ତର୍ଗତ ଓଡ଼ିପୁର ଗାଁରେ। ଓଡ଼ପୁର ଗାଁର ଟଙ୍କ ଗୌଡ଼ଙ୍କର ପତ୍ନୀ ଦୌପ୍ରଦୀ ଗୌଡ଼ଙ୍କୁ ଶନିବାର ପ୍ରସବ ଯନ୍ତ୍ରଣା ହୋଇଥିଲା।

ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସ ଆସିଲା ହେଲେ ରାସ୍ତା ଖରାପ ଥିବାରୁ ୩ କିଲୋମିଟର ଦୂରରେ ଅଟକି ଯାଇଥିଲା। ଫଳରେ ଗର୍ଭବତୀ ମହିଳାଙ୍କୁ ଭାରା ବୋହିବାକୁ ପଡ଼ିଥିଲା। ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ ସେହିଠାରୁ ଆମ୍ବୁଲାନ୍ସ ଯୋଗେ ଦସମନ୍ତପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରରେ ଗର୍ଭବତୀଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ  ଗର୍ଭବତୀ ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି।

Comment