ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟାହ୍ନ ଭୋଜନ ଖାଇ ୨୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ଶ୍ରୀବନ୍ତପୁର ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି।
ଶନିବାର ସ୍କୁଲରେ ଛାତ୍ରଛାତ୍ରୀମାନେ ଭାତ ଓ ଅଣ୍ଡା ଖାଇଥିଲେ। ଖାଇବା ପରେ ହଠାତ୍ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ହେବାର କାରଣ ସ୍ପଷ୍ଟ ହୋଇନାହିଁ।