ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ବଦଳରେ ଟିକ୍‌ଟକ୍‌ ଭିଡିଓ ଦେଖାଉଛନ୍ତି ଶିକ୍ଷୟତ୍ରୀ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ କୁଳସାହି ଆବସିକ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀଙ୍କ ବିରୋଧରେ ଏମିତି ସଙ୍ଗୀନ ଅଭିଯୋଗ ଆସିଛି।

ଶିକ୍ଷୟତ୍ରୀ ଜଣକ ପିଲାଙ୍କୁ ଟିକ୍‌ଟକ୍‌ ଭିଡିଓ ଦେଖାଇବା ସହ ମୋବାଇଲ ଗେମ୍‌ ଦେଖାଉଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି।

ସଂପୃକ୍ତ ଶିକ୍ଷୟତ୍ରୀଙ୍କ ଅନ୍ୟତ୍ର ବଦଳି କରିବାକୁ ଅଭିଭାବକ ଅଡ଼ି ବସିଛନ୍ତି। ଏମିତିକି ସ୍କୁଲ ଗେଟ୍‌ରେ ତାଲା ପକାଇ ଅଭିଭାବକ ଧାରଣାରେ ବସିଛନ୍ତି।

Comment