ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୧୭ରୁ ବଢ଼ିବ ଶୀତ। ଦିନ ଅପେକ୍ଷା ରାତିର ତାପମାତ୍ରା କମିବ। କେତେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆସନ୍ତା ୩ ଦିନ ମଧ୍ୟରେ  ଦାରିଙ୍ଗବାଡ଼ିରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ବୋଲି ଆକଳନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୧ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, ଫୁଲବାଣୀରେ ୧୨ ଡିଗ୍ରୀ, କୋରାପୁଟରେ ୧୪.୬ ଡିଗ୍ରୀ, ଟିଟିଲାଗଡ଼ରେ ୧୩.୧ ଡିଗ୍ରୀ, କେନ୍ଦୁଝରରେ ୧୪.୪ ଡିଗ୍ରୀ, ଝାରସୁଗୁଡ଼ାରେ ୧୪.୬ ଡିଗ୍ରୀ ରେକର୍ଡ ରହିଛି।

ଚଳିତବର୍ଷ ଶୀତ ଡେରିରେ ଆସିଥିଲେ ମଧ୍ୟ ଶୀତର ପ୍ରକୋପ ଆଗକୁ ଆହୁରି ବଢ଼ିବ ଓ ପାରଦ ହ୍ରାସ ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Comment