ଓଡ଼ିଶାଲାଇଭ ବ୍ୟୁରୋ

କୋରାପୁଟ ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଏଠାରେ ପରମ୍ପରା ମଧ୍ୟ ବେଶ୍‌ ନିଆରା। ପ୍ରଶାସନ ତରଫରୁ ଏଭଳି ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ଜୟପୁରରେ ଆୟୋଜିତ ହୋଇଛି ପଥ ଉତ୍ସବ କାର୍ଯ୍ୟକ୍ରମ। ଏହାକୁ ସାରା ଜିଲ୍ଲାରେ ପ୍ରଶାଂସା କରିବା ସହ ଏହାର ଭରପୂର ମଜା ଉଠାଇଛନ୍ତି ଦର୍ଶକ।

ନାଚ, ଗୀତ, ରଙ୍ଗୋଲି, ଝୋଟି, ଚିତ୍ରଙ୍କନ, ଫୋଟଚିତ୍ର, ଯୋଗ ଓ ଘୋଷବାଜାରେ ଦୁଲୁକୁଥିଲା ସହର। ଏହାସହ ସଚେତନକୁ ମଧ୍ୟ ଗୁରୁତ୍ୱ ଦେଇଛି ପଥ ଉତ୍ସବ। ଦୁର୍ଘଟଣାରେ ପଡିଥିବା ବ୍ୟକ୍ତିଙ୍କୁ କିପରି ତୁରନ୍ତ ସାହାଯ୍ୟ କରାଯିବ ସେ ବିଷୟରେ ସଚେତନ କରାଯାଇଥିଲା। ଅନ୍ୟପଟେ ଏହି ପଥ ଉତ୍ସବରେ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନେ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।

ରବିବାର ସକାଳ ୭ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଶାସନ ତରଫରୁ ମୁଖ୍ୟ ରାସ୍ତାରେ ୪୦ରୁ ଅଧିକ ପ୍ରତିଭା ଅଂଶ ଗ୍ରହଣ କରିଥିଲେ। ପୋଲିସ ତରଫରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥ କଡ଼ାକଡ଼ି କରାଯାଇଥିଲା। ପ୍ରଶାସନର ଏଭଳି କାର୍ଯ୍ୟକୁ ସାରା ଜିଲ୍ଲାରେ ପ୍ରଶଂସା କରାଯାଇଥିଲା।

Comment