ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ସଂଙ୍ଗୀତ ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ‘ଏକ୍‌ ପ୍ୟାର କା ନଗମା ହୈ’ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଯାଇଥିବା ରାନୁ ମଣ୍ଡଳ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି। ରାନୁ ମଣ୍ଡଳ ଲୋକପ୍ରିୟ ହେବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ରାନୁଙ୍କ ମେକ୍‌ଅପ୍‌ ଲୁକ୍‌ ଦେଖି ଦର୍ଶକଙ୍କ ହୋସ୍‌ ଉଡ଼ିଯାଇଛି।

ଏହି କାର୍ଯ୍ୟକ୍ରମରେ ରାନୁଙ୍କ ମୁହଁରେ ଅତ୍ୟଧିକ ମେକ୍‌ଅପ୍‌ କରିଥିବା ଦେଖିବାକୁ ମିଳିଛି, ଯାହା ତାଙ୍କ ତ୍ୱଚାଠାରୁ ଯଥେଷ୍ଟ ଅଧିକା ଉଜ୍ଜଳ ଦେଖାଯାଉଛନ୍ତି। ଏଥିସହିତ ଅନେକ ଅଳଙ୍କାରରେ ରାନୁ ଏକଦମ୍‌ ଝଲସୁଛନ୍ତି। ସୋସିଆଲ ମିଡିଆରେ ରାନୁଙ୍କ ଏହି ମେକ୍‌ଅପ୍‌ ଫଟୋ ଭାଇରାଲ ହେବା ସହିତ ତାଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। ସେହିପରି ଟୁଇଟରରେ ମଧ୍ୟ #RanuMandal ୧ ନମ୍ବର ଟ୍ରେଣ୍ଡିଂରେ ରହିଛି।

ସୋସିଆଲ ମିଡିଆରେ ୟୁଜର ରାନୁଙ୍କ ପୁରୁଣା ଫଟୋ ସହ ଏହି ଫଟୋକୁ ତୁଳନା କରି ମଉଜିଆ ଫୋଷ୍ଟ କରୁଛନ୍ତି। ରାନୁଙ୍କ ଏହି ରୂପ ତାଙ୍କ ଭବିଷ୍ୟତଠାରୁ ବି ଉଜ୍ଜଳ ବୋଲି କେହି କହୁଥିବା ବେଳେ କିଏ କହିଛନ୍ତି ୨୦୨୦ ଓସ୍କାର ପୁରସ୍କାର ରାନୁଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟକୁ ଦିଆଯାଉ।

Comment