ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ମହିଳା ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଏବଂ ବିଧାନସଭାର ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗରେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିଛନ୍ତି। ବିଧାନସଭାରୁ ଶୋଭାଯାତ୍ରା ବିଜେପି ବିଧାୟକମାନେ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି।

ବିଧାନସଭା ଆରମ୍ଭରୁ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରି ଆସୁଛି ବିଜେପି। ଏନେଇ ଏକ ମୋସନ ଆଣିବାକୁ ଚାହୁଁଥିଲା ବିଜେପି। ହେଲେ ବାଚସ୍ପତି ଅନୁମତି ନଦେବାରୁ ବିଜେପି ବିଧାୟକମାନେ ବିଧାନସଭାରେ ନୀରବ ପ୍ରତିବାଦ କରୁଥିଲେ।

‘‘ବିରୋଧୀ ଦଳ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରୁଥିଲେ ମଧ୍ୟ ବାଚସ୍ପତି ଶୁଣୁ ନାହାନ୍ତି। ଏପରିକି ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ଗୃହ କାର୍ଯ୍ୟ ଚଳାଉଛନ୍ତି। ବିରୋଧୀ ଦଳକୁ ଉଚିତ୍‌ ସମ୍ମାନ ମିଳୁନି। ବାଚସ୍ପତି ପକ୍ଷପାତିତା କରୁଛନ୍ତି’’, କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ରାଜ୍ୟପାଳଙ୍କୁ ଭେଟିବା ବେଳେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝିଙ୍କ ସମେତ ସମସ୍ତ ବିଜେପି ବିଧାୟକ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here