ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି ଭେଟେରାନ୍ ଅଭିନେତା ତତା ତାମିଲନାଡୁର ଏମ୍‌ଏନ୍‌ଏମ୍‌ ରାଜନୀତିକ ଦଳର ପ୍ରତିଷ୍ଠାତା କମଲ ହାସନ୍‌। ନବୀନ ନିବାସରେ ନବୀନ ଏବଂ କମଲ ହାସନ୍‌ଙ୍କ ଭିତରେ ପ୍ରାୟ ଅଧ ଘଣ୍ଟା ଧରି ଆଲୋଚନା ହୋଇଥିଲା।

ଉଭୟ ରାଜନୈତିକ ଏବଂ ଅଣରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

‘‘କମଲ ହାସନ୍‌ ଓଡ଼ିଶା ଆସିଥିବାରୁ ମୁଁ ବହୁତ ଖୁସି। ଆମେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛୁ। ତାଙ୍କ ରାଜନୀତିକ କ୍ୟାରିଅର ଏବଂ ତାଙ୍କ ଦଳର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଛୁ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଇଫ୍ ଷ୍ଟାଇଲ ମତେ ଆକର୍ଷିତ କରିଛି। ନବୀନ ପଟ୍ଟନାୟକ ହେଉଛନ୍ତି ଜଣେ ଅଭିଜ୍ଞ ରାଜନେତା। ରାଜନୀତି ସମ୍ପର୍କରେ ମୁଁ ତାଙ୍କଠାରୁ କିଛି ପରାମର୍ଶ ନେଇଛି। ମୁଁ ତାଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲି ସେସବୁର ଉତ୍ତର ମୁଁ ପାଇଛି’’, କହିଛନ୍ତି କମଲ ହାସନ୍‌।

କମଲ ହାସନଙ୍କୁ ନବୀନ କୋଣାର୍କ ଏବଂ ଚିଲିକା ପର୍ଯ୍ୟଟନସ୍ଥଳ ପରିଦର୍ଶନରେ ଯିବା ପାଇଁ ପରାମର୍ଶ ଦେଇଛନ୍ତି।

କମଲ ହାସନ୍‌ ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଥିବା ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ତାଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯିବ।

Comment