ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଉତ୍ତରାଖଣ୍ଡର ଋଷିକେଶରେ ଗୋଡ଼ ଖସିଯିବାରୁ ଉମାଭାରତୀଙ୍କ ଗୋଡ଼ରେ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଜୋଲିଗ୍ରାଣ୍ଟସ୍ଥିତ ହିମାଳୟନ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି। ଏ ସଂପର୍କରେ ଉମାଭାରତୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି ।

ରବିବାର ଅପରାହ୍‌ଣରେ ଋଷିକେଶରେ ବ୍ରହ୍ମପୁରୀ ଆଶ୍ରମ ନିକଟରେ ତାଙ୍କ ଗୋଡ଼ ଖସିଯାଇଥିଲା।

Comment