ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରିରେ ଅଜଣା ରୋଗର ଆତଙ୍କ। ତମାନପଲ୍ଲୀ ପରେ ଏବେ କାଟନପଲୀ ଗାଁରେ ଅଜଣା ରୋଗରେ ୨୫ ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଶିଶୁମାନଙ୍କୁ ଚିକିତ୍ସା ପାଇଁ ଆମ୍ଵୁଲାନ୍ସ ଯୋଗେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଥଣ୍ଡା କାଶ ପରେ ଜ୍ଵର ହୋଇ ଅସୁସ୍ଥ ହୋଇ ପଡୁଛନ୍ତି ଶିଶୁ। ଅସୁସ୍ଥ ଶିଶୁମାନଙ୍କ ବୟସ ୫ ବର୍ଷ ମଧ୍ୟରେ ହେବ। ଗତ ୨୦ ଦିନ ତଳେ ତମାନାପଲ୍ଲୀ ଅଞ୍ଚଳରେ ଅଜଣା ରୋଗରେ ୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ପରେ ଗତ ୫ ଦିନ ହେବ ଏକ ଡାକ୍ତରୀ ଟିମ୍‌ କାଲିମେଳାରେ ରହି ସ୍ଥିତି ଅନୁଧ୍ୟାନ କରୁଛି।

Comment