ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି-ଶିବସେନା ଭିତରେ ଯେଉଁ ଛକାପଞ୍ଝା ଚାଲିଥିଲା ତାର ପ୍ରଭାବ ରାଜ୍ୟସଭାରେ ପଡ଼ିଛି। ରାଜ୍ୟସଭାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଆସନ ବଦଳି ଯାଇଛି। ସେ ଯେଉଁଠି ଆଗରୁ ବସୁଥିଲେ ସେଠି ତାଙ୍କୁ ଚଳିତ ଅଧିବେଶନରେ ବସିବାକୁ ଦିଆଯାଇ ନାହିଁ। ଏହାକୁ ନେଇ ସଞ୍ଜୟ ଚିହିଁକି ଉଠିଛନ୍ତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କୁ ଚିଠି ଲେଖିଛନ୍ତି।

‘‘ଶିବସେନାର ଭାବନାରେ ଆଘାତ ଦେବା ପାଇଁ ଜାଣିଶୁଣି ଏଭଳି କରାଯାଇଛି। ହେଲେ ଏଥିରେ ଶିବସେନାର ସ୍ୱର ନରମ ହେବ ନାହିଁ। ଆଗକୁ ସ୍ୱର ତେଜିବ’’, କହିଛନ୍ତି ସଞ୍ଜୟ ରାଉତ।

ସେ ଆହୁରି କହିଛନ୍ତି ଯେ ଏନ୍‌ଡିଏଠାରୁ ଶିବସେନା ଅଲଗା ହେବା କଥା ଔପଚାରିକ ଭାବେ ଘୋଷଣା କରାଯାଇନାହିଁ। କିନ୍ତୁ ଆସନ ଅଲଗା କରିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ସେଥିରେ ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଛି।

Comment