ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହେଲାଣି ଶୀତଦିନ। ଏହି ଦିନରେ ଥଣ୍ଡା ଜ୍ୱର ହେବାର ଆଶଙ୍କା ଅଧିକ ଥାଏ। ଇନ୍‌ଫେକ୍ସନ୍‌ ଓ ଫ୍ଲ୍ୟୁରୁ ବଞ୍ଚିବା ପାଇଁ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଅନ୍ତୁ।

ଯଦି ମୁଣ୍ଡ ଅଧିକ ଜୋର୍‌ରେ ବିନ୍ଧୁଛି, ତେବେ ତୁଳସୀ ଓ ହଳଦୀକୁ ଉଷୁମ କ୍ଷୀରରେ ମିଶାଇ ପଅନ୍ତୁ। ଫଳରେ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଦେଇଥାଏ।

କ୍ଷୀରରେ ତୁଳସୀ ପତ୍ରକୁ ମିଶାଇ ପିଇଲେ ଇମ୍ୟୁନ୍‌ ସିଷ୍ଟମ୍‌ ଠିକ୍‌ ରହିଥାଏ। ସହଜରେ କୌଣସି ସଂକ୍ରମଣ ଶରୀରକୁ ଆକ୍ରାନ୍ତ କରି ନଥାଏ। ଏହି କ୍ଷୀରରେ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟି ଭାଇରାଲ ଗୁଣ ଥାଏ, ଯାହା ବାହ୍ୟ ଜର, ଥଣ୍ଡା, କାସ ଠିକ୍‌ କରିବାରେ ସହାୟକ ହୋଇଥାଏ।

ତୁଳସୀରେ ଆଣ୍ଟିବାୟୋଟିକ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥାଏ ଏବଂ କ୍ଷୀରରେ ଅନ୍ୟସବୁ ପୋଷକ ତତ୍ୱ ଭରି ରହିଥାଏ। ଏହା କ୍ୟାନ୍‌ସର ଭଳି ଘାତକ ରୋଗ ହେବାର ଆଶଙ୍କାକୁ କମ୍‌ କରିଥାଏ।

କେମିତି ପ୍ରସ୍ତୁତ କରିବେ ତୁଳସୀ କ୍ଷୀର?

ପ୍ରଥମେ ଗିଲାସ କ୍ଷୀରକୁ ଫୁଟାନ୍ତୁ। କ୍ଷୀର ଫୁଟିବା ଆରମ୍ଭ କଲେ ସେଥିରେ ୮ରୁ ୧୦ ତୁଳସୀ ପତ୍ର ପକାଇ ଫୁଟିବାକୁ ଦିଅନ୍ତୁ। ଭଲ କରି କ୍ଷୀର ଫୁଟିବା ପରେ ସେହି କ୍ଷୀରକୁ ଉଷୁମ କରି ପିଅନ୍ତୁ।

Comment