ଓଡ଼ିଶାଲାଇଭ୍‌ ବ୍ୟୁରୋ

ହେଙ୍ଗୁକୁ ସାଧାରଣତଃ ମସଲାଭାବେ ବ୍ୟବହାର କରାଯାଏ। ହେଙ୍ଗୁରେ ନାନା ପ୍ରକାରର ଔଷଧୀୟ ଗୁଣ ମଧ୍ୟ ରହିଛି । ବିଭିନ୍ନ ରୋଗ ଉପଶମ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ।

ତେବେ ଆସନ୍ତୁ ଜାଣିବା ଏହାର କିଛି ଔଷଧୀୟ ଗୁଣ ସମ୍ପର୍କରେ 

ଗ୍ୟାସ ସମସ୍ୟା

ଅରୁଚି ତଥା ଗ୍ୟାସ ଜନିତ ସମସ୍ୟାରୁ ମୁକ୍ତି ପାଇଁ ଆପଣ ହେଙ୍ଗୁର ବ୍ୟବହାର କରିପାରିବେ । ତେବେ ଗୋଟେ ଗ୍ଲାସ୍ ପାଣିରେ କିଛି ମାତ୍ରାରେ ହେଙ୍ଗୁ ମିଶାଇ ପିଇବାଦ୍ୱାରା ଏଥିରୁ ଉପଶମ ମିଳିଥାଏ ।

ଶ୍ୱାସ ସମସ୍ୟା

ହେଙ୍ଗୁକୁ ଆପଣ ଶ୍ୱାସ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ମଧ୍ୟ ବ୍ୟବହାର କରିପାରିବେ । ଯଦି ଆପଣଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଏହାକୁ ଗ୍ରହଣ କରିପାରିବେ ।

ଋତୁସ୍ରାବ ସମୟର ପେଟ ଯନ୍ତ୍ରଣା

ହେଙ୍ଗୁ ବିଶେଷକରି ମହିଳାଙ୍କ ପାଇଁ ଅଧିକ ଉପକାରୀ ହୋଇଥାଏ। ତେବେ ଏହାକୁ ଋତୁସ୍ରାବ ସମୟରେ ହେଉଥିବା ପେଟ ଯନ୍ତ୍ରଣାବେଳେ ବ୍ୟବହାର କରିପାରିବେ। ଏଥିପାଇଁ ପାଣି ସହ ଟିକେ ହେଙ୍ଗୁ ମିଶାଇ ପିଇବାଦ୍ୱାରା ଏହା ସଙ୍ଗେ ସଙ୍ଗେ କାମ କରିଥାଏ ।

ମୁଣ୍ଡ ବିନ୍ଧା

ମୁଣ୍ଡ ବିନ୍ଧା ଭଳି ସମସ୍ୟାରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଅଧ କପ୍ ପାଣିରେ ମାତ୍ର କିଛି ଖଣ୍ଡ ହେଙ୍ଗୁ ପକାଇ ତାକୁ ଗରମ କରନ୍ତୁ। ଆଉ ଯେତେବେଳେ ଏହା ଟିକେ ଗରମ ହୋଇଯିବ ତେବେ ୧୫ ମିନିଟ୍ ଯାଏଁ ଏହାକୁ ପିଇବା ଉଚିତ୍ । ଏପରି କରିବାଦ୍ୱାରା ନିଶ୍ଚୟ ରୂପେ ଆରାମ ମିଳିବ ।

ରକ୍ତଚାପ ସନ୍ତୁଳନ

ଯଦି ଆପଣ ବ୍ଲଡରେ ସୁଗାର ଲେବୁଲ ବା ରକ୍ତଚାପ ସନ୍ତୁଳନ କରିବାକୁ ଚାହୁଁଛନ୍ତି ତେବେ ଏହାକୁ ନିଶ୍ଟୟ ରୂପେ ଗ୍ରହଣ କରନ୍ତୁ। କାରଣ ଏହା ଶରୀରରେ ଇଂସୁଲିନ ଭଳି କାର୍ଯ୍ୟ କରିଥାଏ। ତେବେ ଖାଦ୍ୟ ତିଆରି କରିବା ସମୟରେ ଏହାକୁ ବ୍ୟବହାର କରନ୍ତୁ । କିଛି ଦିନ ଲଗାତର ଭାବେ ଏଭଳି କଲେ ଏହା ଡାଇବେଟିସ୍ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ଦାନ୍ତ ସମସ୍ୟା

ଦାନ୍ତ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାପାଇଁ ମଧ୍ୟ ହେଙ୍ଗୁର ବ୍ୟବହାର କରିପାରିବେ । ଆପଣ ଏହାକୁ ଲେମ୍ବୁ ରସ ସହ କିଛି ମାତ୍ରାରେ ମିଶାଇ ପ୍ରଭାବିତ ସ୍ଥାନରେ ଲଗାଇବାଦ୍ୱାରା ଏଥିରୁ ଆରାମ ମିଳିଥାଏ ।

Comment